ରେଫ୍ରିଜିରେଟର୍ ଟ୍ରକରୁ ମିଳିଲେ ୪୧ ଜଣ ପ୍ରବାସୀ

ଏଥେନ୍ସ : ଏକ ରେଫ୍ରିଜିରେଟର୍ ଟ୍ରକ୍ ଭିତରୁ ଗ୍ରୀସ୍ ପୁଲିିସ୍ ୪୧ ଜଣ ପ୍ରବାସୀଙ୍କୁ ଉଦ୍ଧାର କରିଛି । ସୋମବାର ଟ୍ରକ୍ଟଟି ଉତ୍ତର ଗ୍ରୀସ୍ ଆଡ଼େ ଯାଉଥିବା ବେଳେ ସେଥିରେ କିଛି ପ୍ରବାସୀ ଲୁଚି ରହିଥିବା ବେଳେ ଧରାପଡ଼ିଥିବା ସୂଚନା ରହିଛି ।
ପ୍ରବାସୀମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଆଫଗାନିସ୍ତାନର । ରେଫ୍ରିଜିରେଟର ସିଷ୍ଟମ୍ ଅନ୍ ନଥିବା କାରଣରୁ ସେମାନେ କେହି ହେଲେ ଆହତ ହୋଇ ନଥିବା ଜାଣିବାକୁ ମିଳିଛି । ପୁଲିସ୍ ଅଧା ବାଟରେ ଟ୍ରକ୍ଟଟିକୁ ଅଟକାଇ ଦୈନିକ ତନଖି କରୁଥିବା ବେଳେ ଟ୍ରକ୍ ଭିତରେ କିଛି ଲୋକ ଲୁଚି ରହିଥିବା ଦେଖିବାକୁ ପାଇଥିଲା । ପୁଲିସ୍ ଗାଡ଼ି ଚାଳକକୁ ଗିରଫ କରିବା ସହ ପ୍ରବାସୀମାନଙ୍କୁ ଚିହ୍ନଟ ପାଇଁ ସ୍ଥାନୀୟ ପୁଲିସ୍ ଷ୍ଟେସନକୁ ନେଇଥିବା ଜାଣିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ