ରେବତୀକାନ୍ତ ଶାସ୍ତ୍ରୀ ଥିଲେ ଜଣେ କିର୍ତ୍ତୀମାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମନ୍ତ ଚନ୍ଦ୍ରଶେଖର ପରିଷଦର ପ୍ରତିଷ୍ଠାତା ସଦସ୍ୟ, ବିଶିଷ୍ଟ ଗଣିତ ଜ୍ୟୋତିଷ, ଆଇନଜୀବି ରେବତୀକାନ୍ତ ଶାସ୍ତ୍ରୀଙ୍କ ୧୭ତମ ସ୍ମୃତିଚାରଣ ଉତ୍ସବ ଭୁବନେଶ୍ୱର ଓକିଲ ସଂଘ ଓ ଓଡ଼ିଶା ପୂଜ୍ୟପୂଜା ଟ୍ରଷ୍ଟ ପକ୍ଷରୁ ସୋମବାର ସନ୍ଧ୍ୟାରେ ଜୟଦେବ ଭବନ ପ୍ରଦର୍ଶନୀ ଗୃହରେ ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ଶଶିକାନ୍ତ ମିଶ୍ର କହିଲେ ଯେ, ପଣ୍ଡିତ ଶାସ୍ତ୍ରୀଙ୍କ ଜନ୍ମ ଓଡ଼ିଶାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ଯାଜପୁରର ଏକ ସମ୍ରାନ୍ତ ବ୍ରାହ୍ମଣ ପରିବାରେ ହୋଇଥିଲା । ନିଜର ଅଦମ୍ୟ ଅଧ୍ୟବସାୟ ବଳରେ ଉଚ୍ଚଶିକ୍ଷା ସହ ଜ୍ୟୋତିଷ ବିଦ୍ୟାର ସବୁଠାରୁ କଷ୍ଟସାଧ୍ୟ ଗଣିତ ଜ୍ୟୋତିଷକୁ ସେ ସାଧନା କରିଥିଲେ । ତାଙ୍କ ଜୀବନ କାଳରେ ଜ୍ୟୋତିଷ ବିଦ୍ୟାର ପ୍ରାଣ ସାମନ୍ତ ଚେନ୍ଦ୍ରଶେଖରଙ୍କୁ ଓଡ଼ିଶାର ଘରେ ଘରେ ପହଞ୍ଚାଇବା ପାଇଁ ତାଙ୍କର ଜୀବନବ୍ୟାପୀ ସାଧନା ଥିଲା ।ମୁଖ୍ୟବକ୍ତା ଓଡ଼ିଶା ବାର୍ କାଉନସିଲ୍‌ର ଅଧ୍ୟକ୍ଷ ଶ୍ରୀ ସୀତାଂଶୁ ମୋହନ ଦ୍ୱିବେଦୀ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଆଜିର ସମାଜରେ ପୂଜ୍ୟପୂଜା କରିବାରେ ଯୁବକମାନଙ୍କ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିବା ପାଇଁ ସବୁ କ୍ଷେତ୍ରରେ ଉଦ୍ୟମ ହେବା ଉଚିତ୍ । ସମ୍ମାନୀତ ଅତିଥି ପ୍ରଗତିବାଦୀର ସମ୍ପାଦକ ଶ୍ରୀ ବିରୁପାକ୍ଷ ତ୍ରିପାଠୀ ଓ ଭୁବନେଶ୍ୱର ଓକିଲ ସଂଘର ସଭାପତି କୁନ୍ଦନ ରଥ ସ୍ୱର୍ଗତ ରେବତୀକାନ୍ତ ଶାସ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ତାଙ୍କର ସାମାଜିକ ସମ୍ପର୍କ ବିଷୟରେ ଆଜିର ଯୁବପିଢି ଅବଗତ ନାହାଁନ୍ତି । ଏହିଭଳି ମଣିଷମାନଙ୍କ ପାଇଁ ବହୁ ଅନୁଷ୍ଠାନ ବଞ୍ôଚ ରହିଥିଲା । ବିଶିଷ୍ଟ ବକ୍ତା ଜ୍ୟୋତିଷ କ୍ଷେତ୍ରରେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ବୈକୁଣ୍ଠନାଥ ନାୟକ ଓଡ଼ିଶାରେ ପାଞ୍ଜି ଉପରେ ତାଙ୍କର ବକ୍ତବ୍ୟ ରଖିôଥିଲେ । ରାଜ୍ୟ ପୂଜ୍ୟପୂଜା ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ସହ ସଭା ସଞ୍ଚାଳନ କରିଥିଲେ । କାର୍ଯ୍ୟକ୍ର୍ରମ ପ୍ରାରମ୍ଭରେ ପଣ୍ଡିତ ସଞ୍ଜୟ ମହାରଣା ମଙ୍ଗଳାଚରଣ ପାଠ କରିଥିଲେ ଓ ସ୍ୱର୍ଗତ ଶାସ୍ତ୍ରୀଙ୍କ ସୁପୁତ୍ର ଓକିଲ ଶୀଳଭଦ୍ର ଶାସ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ସଭାପତି ସୀତାବଲ୍ଲଭ ମହାପାତ୍ର ପଣ୍ଡିତ ଶାସ୍ତ୍ରୀଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ଉପରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ବାର୍ ଆସୋସିଏସନର ସମ୍ପାଦକ ଦୀପକ ଦାସ, ଡାକ୍ତର ବାବାଜୀ ଚରଣ ପଣ୍ଡ୍ରା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଇନଜୀବି ଶିଳାଦିତ୍ୟ ଶାସ୍ତ୍ରୀ ପରିଚାଳନା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ