ରେମାଳ ନଦୀର କାଠପାଳ ବାଲିଘାଟ ପାଇଁ ଜନ ଶୁଣାଣି   

ହାଟଡିହି, (ବିକାଶ ବିଶ୍ୱାଳ) :-ଘସିପୁରା ତହସିଲ ଅଧିନସ୍ଥ ରେମାଳ ନଦୀର କାଠପାଳ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଆଞ୍ଚଳିକ ପ୍ରଦୁ୍ୟଷଣ ବୋର୍ଡ ଅଧିକାରୀ ପୁଷ୍କର ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜନଶୁଣାଣିରେ ପି.ଏ. ଆଇ.ଟି.ଡି.ଏ ଘାସିରାମ ମୁର୍ମୁ ଯୋଗଦେଇ ବାଲିଘାଟ ଚାଲିବାପାଇଁ ସରକାରଙ୍କ ଥିବା ନୀତି ନିୟମ ସମ୍ପର୍କରେ ସୁଚନା ଦେଇଥିଲେ । ପରିବେଶ ମଞ୍ଜୁରୀ ପାଇଁ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଉପସ୍ଥାପନ କରିବାକୁ ପ୍ରଦୁ୍ୟଷଣ ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଲିଜଧାରୀଙ୍କ ପ୍ରତିନିଧି ସମୀର କୁମାର ସାହୁ ସରକାରଙ୍କ ସମସ୍ତ ନୀତି ନିୟମାନୁଯାୟୀ ବାଲିଘାଟ ଚଳାଇବାକୁ ଘୋଷଣା କରିଥିଲେ । ବାଲିଘାଟ ଦ୍ୱାରା  ଶ୍ରମିକ ନିଯୁକ୍ତି,  ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ରାସ୍ତା ଘାଟ ମରାମତି, ପାଲ ଘୋଡାଇ ବାଲି ପରିବହନ ଓ ପାରିପାଶ୍ୱିର୍କ ବିକାଶ ଭଳି ପଦକ୍ଷେପ ନେବାକୁ ସୁଚନା ରଖିଥିଲେ । ଦରଡିପାଳର ପ୍ରଦୀପ ନାୟକ, ମଙ୍ଗଳପୁରର ଶୁଭଲକ୍ଷ୍ମୀ ସାହୁ, ବାଲିପାଳର ଧୃବ ଚରଣ ଓଝା, କାଠପାଳର କୈଳାଶ ଜେନା, ବାଲିପାଳ ଗ୍ରାମର ଗୋବର୍ଦ୍ଧନା ସା ପ୍ରମୁଖ ରାସ୍ତାଘାଟ ନିର୍ମାଣ, ନଦୀବନ୍ଧ ସୁରକ୍ଷା ପାଇଁ ଦାବି କରିଥିଲେ ।   ଏହି ଶିବିରରେ ତହସିଲଦାର ବାବୁଲ ପେରେଇ, ଅତିରିକ୍ତ ତହସିଲଦାର ଦିବାକର ମାଝୀ, ଆର.ଆଇ ଦିଲ୍ଲୀପ କୁମାର ପଣ୍ଡା  ପ୍ରମୁଖ ଉପସ୍ଥିତ ଥିବାବେଳେ ଆଖପାଖ ଗ୍ରାମର ଶତାଧିକ ଲୋକ ଜନଶୁଣାଣିରେ ଯୋଗଦେଇ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଏସଡିପିଓ  ଅନିଲ ବେଉରିଆଙ୍କ ନେତୃତ୍ୱରେ ୫ଜଣ ଇନସପେକ୍ଟରଙ୍କ ସହ ୪ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ