ରେମୁଣାରେ ବିଜେପି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ

ବାଲେଶ୍ୱର, (ସରୋଜ ପଣ୍ଡା) : ଶୁକ୍ରବାର ଦିନ ୧୦ ଘଟିକା ସମୟରେ ରେମୁଣା ବ୍ଲକରେ ବିଭିନ୍ନ ପ୍ରକାର ଦୁର୍ନୀତି,ପିସି ସଂଗ୍ରହ,ଭ୍ରଷ୍ଟାଚାର ବିରୁଦ୍ଧରେ ନିର୍ବାଚନ ମଣ୍ଡଳୀ ନେତା ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ରେମୁଣା ବିଜେପି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରେମୁଣା ବ୍ଲକ ହତା ମଧ୍ୟରେ ଅନୁଷ୍ଠିତ ଭିକ୍ଷୋଭ ସଭାରେ ବିଭିନ୍ନ ପଞ୍ଚାୟତରୁ ତିନି ହଜାରରୁ ଉର୍ଦ୍ଧ ଭାଜପା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ସର୍ବ ପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଜେପିର ବରିଷ୍ଠ ନେତା କାର୍ତ୍ତିକ ଚନ୍ଦ୍ର ଗିରି ମଞ୍ଚ ପରିଚାଳନା କରିଥିଲେ। ଯୁବ ମୋର୍ଚ୍ଚା ଉପ ସଭାପତି ସୁବୋଧ ଚନ୍ଦ୍ର ପଣ୍ଡା,କନକଦୁର୍ଗା ମଣ୍ଡଳ ସଭାପତି ଗିରିଧାରୀ ଦାସ, କ୍ଷୀରଚୋରା ମଣ୍ଡଳ ସଭାପତି ମଳୟ କୁମାର ବିଶ୍ବାଳ, ଲବଣତୀର୍ଥ ମଣ୍ଡଳ ସଭାପତି ବିଭୂତି ଭୂଷଣ ସେନାପତି,NAC ସଭାପତି କାହ୍ନୁ ଚରଣ ବେହେରା, ମଣିନାଗେଶ୍ଵର ମଣ୍ଡଳ ସଭାପତି ଭୋଳାନାଥ ପାତ୍ର,ରେମୁଣା କୋର କମିଟି ଆବାହକ ଉମାକାନ୍ତ ପଣ୍ଡା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ରେମୁଣା ପ୍ରଭାରୀ ଆଶିଷ ଘୋଷ,ବରିଷ୍ଠ କାର୍ଯ୍ୟକର୍ତ୍ତା କାଳୀ ଚରଣ ମାଲ,ଜୟନ୍ତ ମଣ୍ଡଳ,ବର୍ଦ୍ଧନପୁର ସରପଞ୍ଚ, ଶାସଙ୍ଗ ସମିତି ସଭ୍ୟା ସୋନି ସୋରେନ,ବିଜୟ ସେଠୀ,ରେମୁଣାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଇତ୍ୟାଦି ବକ୍ତବ୍ୟ ରଖିଥିଲେ। ଏତଦ୍ ବ୍ୟତୀତ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଓଡ଼ିଶାରେ ବର୍ଷକୁ ଏକ ଲକ୍ଷ୍ୟ କୋଟି ଟଙ୍କାର ଦୁର୍ନୀତି ହେଉଛି। କୌଣସି ଗ୍ରାମପଞ୍ଚାୟତରେ ଗ୍ରାମ ସଭା କିମ୍ବା ପଲ୍ଲୀ ସଭା ହେଉନାହିଁ। ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଙ୍କର କ୍ଷମତାକୁ ହଡ଼ପ କରି ନିଆଯାଉଛି। ପଞ୍ଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଖୁଲମ୍ ଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି। ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୩ ବର୍ଷରେ ଓଡ଼ିଶା ସରକାର ଦୁର୍ନୀତିର ପାହାଡ ଉପରେ ଠିଆ ହୋଇଛି। ଓଡ଼ିଶା ସରକାର ଏକ ଅଗଣତାନ୍ତ୍ରିକ,ଅଣ ରାଜନୈତିକ ପଦ୍ଧତିରେ ଚାଲୁ ଥିବାର ଅଭିଯୋଗ କରିଥିଲେ। ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ କଂଗ୍ରେସ ସରକାର ଅମଳରେ ଶେଷ ୧୦ ବର୍ଷରେ ଓଡିଶାକୁ ଅନୁଦାନ ବାବଦକୁ ତିନି ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ନଅ ବର୍ଷରେ ମୋଦୀ ସରକାର ଅଠର ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା ଦେଇଛନ୍ତି। ଓଡ଼ିଶାକୁ ଅଧିକ ଅର୍ଥ ଦେବା ଏବଂ ସବୁ କ୍ଷେତ୍ରରେ ଓଡିଶାକୁ ଗୁରୁତ୍ଵ ଦେବା ଫଳରେ ନରେନ୍ଦ୍ର ମୋଦି ଙ୍କର ଦୃଢ଼ ନେତୃତ୍ବ ଓ ଓଡ଼ିଶା ପ୍ରତି ଭଲପାଇବା ହିଁ ମିଳିଛି। ଏବେ ମୋଦୀ ସରକାର ଦେଉଥିବା ଅର୍ଥକୁ କିଭଳି ଭାବରେ ଲୁଟ କରାଯାଉଛି ତାହାର ପ୍ରମାଣ CAG ଖୋଳିଛନ୍ତି ବୋଲି କହିଥିଲେ। ଏବେ ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ନାମରେ ତିନି ହଜାର ସାତ ଶହ କୋଟି ଟଙ୍କା ଲୁଟ କରିବା ଯୋଜନା କରାଯାଉଛି ତାହା ଓଡ଼ିଶା ବାସୀ ବୁଝିଗଲେଣି। ଆଗାମୀ ଭବିଷ୍ୟତରେ ପ୍ରତ୍ୟେକ ଭାଜପା ର କାର୍ଯ୍ୟକର୍ତ୍ତା ଲଢେଇ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ କରିଥିଲେ।ଶେଷରେ ବାଘାଯତୀନ ମଣ୍ଡଳ ସାଧାରଣ ସମ୍ପାଦକ ଉମାକାନ୍ତ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ସାଂସଦ ଶ୍ରୀ ଷଡଙ୍ଗୀ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ ଇତ୍ୟାଦି କାର୍ଯ୍ୟକର୍ତ୍ତାଙ୍କ ସହ ବ୍ଲକର ବିଡ଼ିଓଙ୍କୁ ଭେଟି ମହାମହିମ ଓଡ଼ିଶାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ