ରେମୁଣାରେ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ରେମୁଣା ନିର୍ବାଚନ ମଣ୍ଡଳୀର ବିଜେପି କାର୍ଯ୍ୟାଳୟ, ରେମୁଣା (ବାଲିଆ )ଠାରେ ମୋଦୀ ଜି ଙ୍କ ଗ୍ୟାରେଣ୍ଟି “ସଂଗଠିତ ନାରୀ ସଶକ୍ତ ଓଡିଶା “ଗଠନ ପାଇଁ ଶକ୍ତି ସମ୍ବାଦ ଓ ସମ୍ପର୍କ ଅଭିଯାନର ରେମୁଣା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ାଙ୍କ ଆବାହକତ୍ୱରେ ଆୟୋଜିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ରେମୁଣା ନିର୍ବାଚନ ମଣ୍ଡଳୀର ସମସ୍ତ ଶକ୍ତିକେନ୍ଦ୍ର ତଥା NAC ର ସମସ୍ତ ୱାର୍ଡ ରୁ ଶକ୍ତି ସଖି 2 ଜଣ ଓ ସଖା 1 ଜଣ, ଏହିଭଳି 141 ଜଣ ଉପସ୍ଥିତ ଥିଲେ l ଏହି ଅଭିଯାନ ସଭାରେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ସଭାପତିତ୍ୱ କରିଥିଲେ l ନିର୍ବାଚନ ମଣ୍ଡଳୀ ନେତା ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ରାଜ୍ୟ ଶକ୍ତି ବନ୍ଦନ କାର୍ଯ୍ୟକ୍ରମର ସହ ସଂଯୋଜିକା ଶୋଭନା ମାହାନ୍ତି, ନିର୍ବାଚନ ମଣ୍ଡଳୀ ପ୍ରଭାରି ଆଶିଷ ଘୋଷ, ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି, ମଣ୍ଡଳ ସଭାପତି କାନ୍ହୁ ଚରଣ ବେହେରା, ବିଭୁତି ରଞ୍ଜନ ସେନାପତି, ବିସ୍ତାରକ ବିଭୁତି ଭୁଷଣ ଚୌଧୁରୀ ଇତ୍ୟାଦି ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃବୃନ୍ଦ ମୋଦୀ ଜି ଙ୍କ ଗ୍ୟାରେଣ୍ଟି “ସଂଗଠିତ ନାରୀ ସଶକ୍ତ ଓଡିଶା “ବିଷୟରେ ଉପସ୍ଥିତ ନାରୀ ମାନଙ୍କୁ ବୁଝାଇଥିଲେ l ମୋଦୀ ଜି ଏହି ଆର୍ଥିକ ବର୍ଷରେ ବଜେଟରେ 3କୋଟି ରୁ ଉର୍ଦ୍ଧ ମହିଳା ଙ୍କୁ ଲକ୍ଷପତି ଦିଦି କରିବା ପାଇଁ ସକଳ୍ପ ନେଇଛନ୍ତି l ନମୋ ଡ୍ରୋନ ଦିଦି ମାଦ୍ଧମରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ସଶକ୍ତ କରିବା ପାଇଁ ଡ୍ରୋନ ପ୍ରଶିକ୍ଷଣ ଦିଆଯାଉଛି l ଯାହାଦ୍ୱାରା ଗ୍ରାମର ମହିଳା ମାନେ ଆହୁରି ଆତ୍ମ ନିର୍ଭର ହୋଇପାରିବେ l ମହିଳା ମାନଙ୍କୁ ନିଜର କୃଷି ଜାତ ଦ୍ରବ୍ୟକୁ ଉଚିତ ମୂଲ୍ୟ ରେ ବିକ୍ରି କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଟୀ ମାଧ୍ୟମରେ ଉତ୍ପାଦକ ଗୋଷ୍ଟୀ ଗଠନ କରାଯାଇଛି l ଏହି ପ୍ରୟାସ ଯୋଗୁଁ ଓଡିଶା ର ପ୍ରାୟ 34 ହଜାର ମହିଳା ଉପକୃତ ହେଉଛନ୍ତି l ଦିନ ଦୟାଲ ଅନ୍ତୋଦୟ ଯୋଜନା ମାଦ୍ଧମରେ ଓଡିଶା ର ମହିଳା ମାନଙ୍କୁ SHG ଜରିଆରେ 13ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ବୋଲି ଶୋଭନା ମହାନ୍ତି ଉପସ୍ଥିତ ମହିଳା ମାନଙ୍କୁ କହିଥିଲେ l ଏବେକାର ବିଜେଡି ସରକାର ଦିନ ଦୟାଲ ଅନ୍ତୋଦୟ ଯୋଜନା ର ବିଜେଡି କରଣ କରୁଛନ୍ତି l ମିଶନ ଶକ୍ତି ବଦଳରେ ଓଡିଶା ସରକାର ମିଶନ ମହିଳା ଶୋଷଣ ଚଲାଇଛନ୍ତି l ରାଜ୍ୟର ମିଶନ ଶକ୍ତି,ମହିଳା ଙ୍କ ପାଇଁ ମରୀଚିକା ପାଲୋଟିଛି l ତେଣୁ ଏ ଅପାରୋଗ ସରକାର ବଦଳିବା ଦରକାର ବୋଲି ଶ୍ରୀ ଦାସ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ କହିଥିଲେ l ଶେଷରେ ମଣ୍ଡଳ ସଭାପତି ବିଭୁତି ଭୂଷଣ ସେନାପତି ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସାଙ୍ଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ