ରେମୁଣା ଗୋଲେଇ ସ୍ଥିତ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ

ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ସକାଳ ୧୦ ଘଟିକା ସମୟରେ ଭାରତୀୟ ସମ୍ବିଧାନର ପ୍ରଣେତା,ଭାରତରତ୍ନ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମଜୟନ୍ତୀ ଅବସରରେ ରେମୁଣା ଗୋଲେଇ ସ୍ଥିତ ପ୍ରତିମୂର୍ତ୍ତିରେ ରେମୁଣା ବିଜେପି ତରଫରୁ ମାଲ୍ୟାର୍ପଣ କରାଯାଇଥିଲା। ଏହି ଅବସରରେ ମାନ୍ୟବର ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରେମୁଣା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ମାଲ୍ୟାର୍ପଣ ପରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ଲୋକମାନଙ୍କୁ ବାବା ସାହେବଙ୍କ ଜୀବନୀ ବିଷୟରେ କହିଥିଲେ। ଏଥି ସହିତ ଯସଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସମୃଦ୍ଧି ହେବା ସହିତ ଦେଶର ଅର୍ଥନୀତି ସୁଦୃଢ଼ ହେଉଛି। ଆମେ ସମସ୍ତେ ବିକଶିତ ଭାରତ ଗୋଟିଏ ଗୋଟିଏ ଯୁଦ୍ଧା ହୋଇ ଦେଶକୁ ବିକାଶ ରାସ୍ତାରେ ଆଗେଇ ନେବା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ମଳୟ କୁମାର ବିଶ୍ବାଳ,ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତ,ସୁବୋଧ ଚନ୍ଦ୍ର ପଣ୍ଡା,ସୁକୁମାର ଦାସ,ବିପିନ ମାରାଣ୍ଡି,ମହେଶ୍ୱର ପ୍ରଧାନ,ଚନ୍ଦ୍ରକାନ୍ତି ପ୍ରଧାନ,ବାବୁଲି ଭାଇ, ନିତାୟୀ ଚରଣ ନାୟକ,ମହେଶ୍ୱର ଗିରି,କାଳୀଚରଣ ମାଲ,ରମେଶ ଜେନା,କମଲ ଲୋଚନ ପ୍ରଧାନ,ଅଭିଜିତ ପାଣିଗ୍ରାହୀ,ତପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ