ରେମୁଣା ବିଜେପି କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ଦିନ ୮ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ପ୍ରଥମେ ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ନିଜର ବକ୍ତବ୍ୟ ରଖିବା ସହ ଅତିଥି ପରିଚୟ କରିଥିଲେ। ମୁଖ୍ୟ ଅତିଥି ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପତାକା ଉତ୍ତୋଳନ କରିବା ସହ ନିଜ ଅଭିଭାଷଣ ରଖିଥିଲେ। ଅଭିଭାଷଣରେ ସେ ଦେଶ ସ୍ବାଧୀନ ହେବାର ଇତିହାସ ବଖାଣିବା ସହ ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ବୀର ମହାପୁରୁଷ ମାନଙ୍କୁ ମନେପକାଇଲେ। ପତାକା ଉତ୍ତୋଳନ ପରେ ସମସ୍ତେ ସାଙ୍ଗ ହୋଇ ଏକ ସ୍ଵରରେ ଜାତୀୟ ସଙ୍ଗୀତ ଗାନ କରିବା ସହ “ଭାରତ ମାତା କି ଜୟ” ର ନରା ଲଗାଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସୁକୁମାର ଦାସ,ପୂର୍ବତନ ଜିଲ୍ଲା ପରିଷଦ ବିପିନ ମାରାଣ୍ଡି, OBC ମୋର୍ଚ୍ଚା ସଭାପତି ନିତୁନ କୁମାର ସାହା,ସଞ୍ଜୟ ପ୍ରଧାନ,ରତିକାନ୍ତ ବାଗୁଡ଼ିଆ,ନିଶିକାନ୍ତ ପଣ୍ଡା,ଝଣ୍ଟୁ ଭାଇ, ଜଗନ୍ନାଥ ଭାଇ,ଲାଲ ଭାଇ, ଇତ୍ୟାଦି ଉପସ୍ଥିତ ଥିଲେ।ଶେଷରେ କ୍ଷୀରଚୋରା ମଣ୍ଡଳ ସଭାପତି ମଳୟ କୁମାର ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ