ରେମୁଣା ବିଜେପି କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସକାଳ ୧୦ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଭଉଣୀ ମାନଙ୍କ ସହଯୋଗ କ୍ରମେ ରେମୁଣାର ଅବସରପ୍ରାପ୍ତ ସୈନିକ ତଥା ଅର୍ମି, ନେଭି,ଏୟାର ଫୋର୍ସ,ପୋଲିସ ଭାଇମାନଙ୍କୁ ନେଇ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି। ଏହି ଅବସରରେ ୨୦ ରୁ ୨୫ ଜଣ ଅବସରପ୍ରାପ୍ତ ସୈନିକ ଯୋଗ ଦେଇଥିଲେ। କର୍ଣ୍ଣଲ କେ.କେ. ମହାପାତ୍ର,ଚନ୍ଦ୍ରମଣି ମହାପାତ୍ର,ଜୟନ୍ତ ବେହେରା,କେ.କେ. ମହାକୁଡ,ଡମ୍ବରୁଧର ରାଉତ,ଧୀରେନ୍ଦ୍ର ପଣ୍ଡା,ଝଡେଶ୍ୱର୍ ଦାସ,ଅଭୟଲାଲ ପାତ୍ର,ସୃଷ୍ଟିଧର ଦାସ,ପି.ସି. ବିଶ୍ବାଳ,କ୍ଷେତ୍ରମୋହନ ମହାପାତ୍ର,ଗୋବିନ୍ଦ ଚନ୍ଦ୍ର ଭୋଇ, ଡି.ଏସ.ପି. ଗୋବିନ୍ଦ ଚନ୍ଦ୍ର ମଲ୍ଲିକ,ଲକ୍ଷ୍ମୀଧର ପ୍ରଧାନ,ରମେଶ ଚନ୍ଦ୍ର ମହାପାତ୍ର,କେ.ସି. ଦାସ,ପି.କେ. ନାୟକ ପ୍ରମୁଖ ଅବସରପ୍ରାପ୍ତ ସୈନିକ ଉପସ୍ଥିତ ଥିଲେ।ସର୍ବପ୍ରଥମେ ଭଉଣୀମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପୂଜା ଅର୍ଚ୍ଚନା ପରେ ସୈନିକ ଭାଇ ମାନଙ୍କୁ ଜଣ ଜଣ କରି ଆଳତି,ସମ୍ବର୍ଦ୍ଧନା ସହ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ।ଏହା ପରେ ସୈନିକ ଭାଇ ମାନେ ଜଣ ଜଣ କରି ନିଜ ଅଭଭାଷଣ ରଖିଥିଲେ।ଅଭିଭାଷଣରେ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହିଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ। ଅନ୍ୟ ପକ୍ଷରେ ମୋଦି ସରକାରଙ୍କ ଜନହିତକର କାର୍ଯ୍ୟ ତଥା ପ୍ରଧାମନ୍ତ୍ରୀ ଯେଉଁ ଭଳି ଭାରତକୁ ବିଶ୍ଵଗୁରୁ ମାନ୍ୟତା ଦେବା ପାଇଁ ପ୍ରଚେଷ୍ଟା କରୁଛନ୍ତି,ଆମେ ତାଙ୍କୁ ଜଣେ ଜଣେ ଗୁଣ୍ଡୁଚି ମୂଷା ହୋଇ ସହଯୋଗ କରିବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଶୋଭନା ମହାନ୍ତି, ବର୍ଦ୍ଧନପୁର ସରପଞ୍ଚ ଆରତୀ ଶତପଥୀ,ସିପ୍ରା ମହାପାତ୍ର, ମିନାକ୍ଷୀ ମହାପାତ୍ର,କାଦମ୍ବିନୀ ମହାପାତ୍ର,ସୁକାନ୍ତି ମହାଳିକ,ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, ନୀତୁନ କୁମାର ସାହା,ବିପିନ ମାରାଣ୍ଡି,ସୁବୋଧ ଚନ୍ଦ୍ର ପଣ୍ଡା, ନିତାୟୀ ଚରଣ ନାୟକ ଇତ୍ୟାଦି ପରିଚାଳନା କରିଥିଲେ।