ରେମୁଣା ବିଜେପି କାର୍ଯ୍ୟାଳୟରେ ରକ୍ତ ଦାନ ଶିବିର
ରେମୁଣା, (ସରୋଜ ପଣ୍ଡା):ସୋମବାର ଦିନ ୧୦ ଘଟିକା ସମୟରେ ରେମୁଣା ବିଜେପି କାର୍ଯ୍ୟାଳୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ୭୪ ତମ ଜନ୍ମଦିନ ଉପଲକ୍ଷେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ସର୍ବପ୍ରଥମେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଫିତା କାଟି ଶୁଭାରମ୍ଭ କରିଥିଲେ। ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଏହି ଶିବିରରେ ରକ୍ତ ଦାନ କରିଥିଲେ।ବିଶେଷ କରି ଯୁବକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ରକ୍ତଦାନ କରିଥିଲେ। ପ୍ରାୟ ୪୭ ୟୁନିଟରୁ ଅଧିକ ରକ୍ତ ଏହି ଶିବିରରୁ ସଂଗ୍ରହ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ନିର୍ବାଚନ ମଣ୍ଡଳୀପ୍ରଭାରୀ ଆଶିଷ ଘୋଷ,କାର୍ତ୍ତିକ ଚନ୍ଦ୍ର ଗିରି,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସୁକୁମାର ଦାସ,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ମଳୟ କୁମାର ବିଶ୍ବାଳ,ବିଭୂତି ରଞ୍ଜନ ସେନାପତି, କାହ୍ନୁ ଚରଣ ବେହେରା,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ନାରାୟଣ ମହାନ୍ତ, ସିବୁନ ରାୟ,ମହେଶ୍ୱର ପ୍ରଧାନ,ନିରୋଧ ମହାନ୍ତି,ଆଦିତ୍ୟ ବାରିକ,ରାକେଶ ମହାନ୍ତି,ଦେବ ମଣ୍ଡଳ,କମଳାକାନ୍ତ ମାଝୀ,ନିତୁନ ସାହା,ବିପିନ ମାରାଣ୍ଡି,ଗଣେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।