ରେମୁଣା ବିଜେପି କାର୍ଯ୍ୟାଳୟରେ ଯୁବମୋର୍ଚ୍ଚା ସାଂଗଠନିକ ବୈଠକ ଅନୁଷ୍ଠିତ
ରେମୁଣା, (ସରୋଜ ପଣ୍ଡା):ବୁଧବାର ସକାଳ ୧୦ ଘଟିକା ସମୟରେ ଭାରତୀୟ ଜନତା ପାର୍ଟି ରେମୁଣା କାର୍ଯାଳୟରେ ବିଜେପି ଯୁବମୋର୍ଚ୍ଚାର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ବାଲେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ସ୍ମୃତି ରଞ୍ଜନ ଦାସ,ବାଲେଶ୍ୱର ଜ଼ିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର,ରାଜ୍ୟ ଯୁବମୋର୍ଚ୍ଚା କୋଷାଧକ୍ଷ ରାଜେଶ ମହାକୁଡ଼,ରାଜ୍ୟ ଯୁବମୋର୍ଚ୍ଚା ସଦସ୍ୟ ଶଶିକାନ୍ତ ମିଶ୍ର,ଯୁବମୋର୍ଚ୍ଚା ଉପସଭାପତି ନାରାୟଣ ମହନ୍ତ ଏବଂ ଦେବାଶିଷ ଆଚାର୍ଯ୍ୟ,ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ,ସ୍ୱାଧୀନ ପଣ୍ଡା,ନାରୀ ନେତ୍ରୀ ଶୋଭନା ମହାନ୍ତି,ବିପିନ ମାରାଣ୍ଡି, ଉମାକାନ୍ତ ଜେନା,ନିତୁନ ସାହା,ସୁବୋଧ ଚନ୍ଦ୍ର ପଣ୍ଡା,ସୁକୁମାର ଦାସ,ଶିବଶଙ୍କର ରାୟ,ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା, କାହ୍ନୁ ଚରଣ ଗିରି, ବିଭୁତି ରଞ୍ଜନ ଦାସ,ଯୁବ ମୋର୍ଚା ମଣ୍ଡଳ ସଭାପତି ହରିଶ ଚନ୍ଦ୍ର ଜେନା,ଆଦିତ୍ୟ ଦାସ,ଆଶିଷ ସାହୁ, ରାକେଶ କୁମାର ଜେନା,ପ୍ରଫୁଲ୍ଲ ଦ୍ବିବେଦୀ, ଆନନ୍ଦ ଦାସ ଏବଂ ରେମୁଣା ନିର୍ବାଚନ ମଣ୍ଡଳୀର ସମସ୍ତ ଯୁବମୋର୍ଚ୍ଚା ପଦାଧିକାରୀ ଓ ଅନେକ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଆଗାମୀ ଦିନରେ ଯୁବମୋର୍ଚ୍ଚା ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ଅଧିକ ଶକ୍ତିଶାଳୀ କିପରି କରାଯାଇପାରିବ ସେ ଉପରେ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ସ୍ମୃତି ରଞ୍ଜନ ଦାସ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୁବମୋର୍ଚ୍ଚା ଆଗାମୀ ସାଧାରଣ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ସର୍ବଶେଷରେ ଜିଲ୍ଲା ଯୁବ ମୋର୍ଚ୍ଚା ପୂର୍ବତନ ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।