ରେମୁଣା ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ସଂନ୍ଧ୍ୟାରେ କିଛି ଯୁବଗୋଷ୍ଠୀ ସ୍ବେଛାକୃତ ଭାବରେ ଆସି ବିଜେପିରେ ଯୋଗ ଦେଇଥିଲେ। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ରଶିମ୍ ଖାନ, ଏସକେ ସଲିମ୍,କୌସଭ୍ ଖାନ,ଏସକେ ଜାକିର,ଏସକେ ମୁକ୍ତାର,ଏସକେ ଗୌରବ,ଏସକେ ସଜନ ଖାନ,କରିମ୍ ଖାନ, ଏସକେ ଦିହୁ, ସମଜାନ ଖାନ, ଆଜିମ୍ ଖାନ, ଫର୍ଦିପ ଖାନ,ଅମିନ ଖାନ ପ୍ରମୁଖ ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଷ୍ଟ୍ର ହିତ ଏବଂ ଜନ କଲ୍ୟାଣ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଆଶିଷ ଘୋଷ,ନିର୍ବାଚନ ମଣ୍ଡଳୀ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ଗିରି,ବରିଷ୍ଠ ବ୍ୟକ୍ତି ବିପିନ ଦାସ, ନିତୁନ ସାହା ଇତ୍ୟାଦି ଉପସ୍ଥିତ ଥିଲେ।


