ରେମୁଣା ବିଜେପି ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଜନ୍ମଦିବସ ଅବସରରେ ରେମୁଣା ବିଜେପି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଦଳୀୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ସହ ଶ୍ରୀ ଦାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଭଳି ମହତ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ । ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ପ୍ରଧାନ, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଉପ-ସଭାପତି ସୁଶାନ୍ତ କୁମାର ପଟ୍ଟନାୟକ, କମଳଲୋଚନ ଦାଶ, ଆଶିଷ ଘୋଷ, କମଳା ବିନ୍ଧାଣୀ, ମୀନାକ୍ଷୀ ମହାପାତ୍ର, ପିଙ୍କି ପ୍ରଧାନ, ଜିଲା ପରିଷଦ ସଦସ୍ୟ ସୀତାରାମ ପ୍ରଧାନ ଓ ବିପିନ ମାରାଣ୍ଡି, ସ୍ଥାନୀୟ ସରପଞ୍ଚ ବାସନ୍ତି ବେହେରା ପ୍ରମୁଖ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ୨୭ ଜୋନର ଜିଲା ପରିଷଦ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଦିବଂଗତ ସୁଧାଂଶୁ ଶେଖର ପଣ୍ଡାଙ୍କ ଉଦ୍ଦେଶ୍ୟରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜେପି ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ସମ୍ପାଦକ ନାରାୟଣ ଚନ୍ଦ୍ର ମହନ୍ତ, ସୁମନ୍ତ କୁମାର ଦାସ, ସୁକୁମାର ଦାସ, ନିତୁନ ସାହା, ନିମାଇଚରଣ ନାୟକ ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ ।


