ରେମୁଣା ବିଜୟ ସଂକଳ୍ପ ସମାବେଶରେ ଧର୍ମେନ୍ଦ୍ରଙ୍କ ନିର୍ବାଚନ ପ୍ରଚାର

ରେମୁଣା (ଯୁଗାବ୍ଦ ନ୍ୟୁଜ) : ବିଜେପି ଦ୍ୱାରା ଟଙ୍କା ଚାଉଳ କେନ୍ଦ୍ର ବନ୍ଦ କରିଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀବ ଯେଉଁ ଅପପ୍ରଚାର କରୁଛନ୍ତି ବରଂ ଏହା ମିଥ୍ୟା ତଥ୍ୟ ବୋଲି କହିବା ସହ ବିଜେପି ସରକାର ଆସିଲେ ୫ ଟଙ୍କାରେ ପରିବାର ଚଳିବା ପାଇଁ ଯୋଜନା କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଗତ ୧୯ ବର୍ଷ ମଧ୍ୟରେ ଏବେ ବି ରାଜ୍ୟରେ ଲୋକମାନଙ୍କର ମୈାଳିକ ସମସ୍ୟା ଲାଗିରହିଛି । ଏହା ଅଭିଭାଷଣରେ କହି ବିଜେଡି ସୁପ୍ରିମୋ ନବୀନଙ୍କୁ ଟାର୍ଗେଟ କରିଥିଲେ ଓ ତାଙ୍କ ବିରୋଦ୍ଧରେ ବଖାଣୀଥିଲେ ।ଏହା ସହ ବିଜ୍ପେି ସରକାର ଆସଲେ ଉନ୍ନତି ହେବ ବୋଲି କହିଥିଲେ । ସାଂସଦ ପ୍ରତାପ ଷଡଙ୍ଗୀ ଓ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କରିଥିଲେ । ରେମୁଣା ଚେୟାରମ୍ୟାନ ସୁଶାନ୍ତ ପଟ୍ଟନାୟକ ଅଧକ୍ଷତାରେ ହୋଇଥିବା ଏହି ବିଜୟ ସଂକଳ୍ପ ସମାବେଶରେ ସାଂସଦ ପ୍ରତାପ ଷଡଙ୍ଗୀ ,ବିଧାୟକ , ଜିଲ୍ଲା ପରିଷଦ ସଭ୍ୟା ସରିତା ଗିରି ,ସୀତାରାମ ପ୍ରଧାନ , ଏହା ସହ ି ବହୁ କର୍ମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ