ରେମୁଣା ବିଧାୟକ ଙ୍କ ଦ୍ୱାରା ଗଙ୍ଗାହାର ନଦୀ ବନ୍ଧର ମରାମତି ପାଇଁ ବିଭଗୀୟ ଅଧିକାରିଙ୍କୁ ତାଗିଦ
ବାଲେଶ୍ୱର, (ସରୋଜ ପଣ୍ଡା):ରେମୁଣା ଦେଇ ପ୍ରବାହିତ ବିଭିନ୍ନ ନଦୀ ଯଥା ସୋନ, ଗଙ୍ଗାହାର,ବୁଢ଼ାବଳଙ୍ଗ ରେ ବନ୍ୟା ଯୋଗୁଁ ପ୍ରତିବର୍ଷ ବହୁ ଧନଜୀବନ ନଷ୍ଟ ହୋଇଥାଏ l ଗଙ୍ଗାହାର ନଦୀ କୂଳରେ ଅବସ୍ଥିତ ଗୁଡୁଦା ଓ ଦୁର୍ଗାଦେବୀ ପଞ୍ଚାୟତ ରେ ଗତବର୍ଷ ନଦୀ ବନ୍ଧ ରେ ବଡ଼ ବଡ଼ ଘାଇ ସୃଷି ହୋଇଥିଲା l ଏହାର ପ୍ରତିକାର ପାଇଁ ସେ ଅଞ୍ଚଳର ଅଧିବାସୀ ମାନଙ୍କ ଅନୁରୋଧ କ୍ରମେ ଆଜି ରେମୁଣା ର ନବନିର୍ବାଚିତ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଇରିଗେସନ ଡିପାର୍ଟମେଣ୍ଟ ର ଅଧିକାରୀ ଙ୍କୁ ନେଇ ସେଠାରେ ପହଂଚିଥିଲେ l ଉଭୟ ପଞ୍ଚାୟତ ର ଅଧିବାସୀ ମାନଙ୍କୁ ବସାଇ ଏହାର ପ୍ରତିକାର ପାଇଁ ବିଭଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ l ବର୍ଷା ପୂର୍ବରୁ ଘାଇ ଗୁଡିକର ତୁରନ୍ତ ମରାମତି ପାଇଁ ନିର୍ଦେଶ ଦେଇଥିଲେ l ଉଭୟ ପଞ୍ଚାୟତ ବାସୀ ଉଦୟପୁର ଠାରୁ ଭଦ୍ରାସିୟା ଭାୟା ଦେଖଣ୍ଡ ପର୍ଯ୍ୟନ୍ତ ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ଅନ୍ତର୍ଭୁକ କରିବାପାଇଁ ଅନୁରୋଧ କରିଥିଲେ l ବିଧାୟକ ଶ୍ରୀ ଦାସ ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାପାଇଁ ନିଜ ପ୍ରାଣପଣେ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ବିଧାୟକ ଙ୍କ ସାଙ୍ଗରେ, ଗୋପୀନାଥ ସେନାପତି,କାର୍ତିକ ଚନ୍ଦ୍ର ଗିରି, ଶୋଭନା ମହାନ୍ତି, ଗିରିଧାରୀ ଦାସ, ଉମାକାନ୍ତ ପଣ୍ଡା,କୃଷ୍ଣ ଚନ୍ଦ୍ର ସାହା, କାନ୍ହୁ ଚରଣ ବେହେରା, ବସନ୍ତ ପ୍ରଧାନ,ଦେବେନ୍ଦ୍ର ମଣ୍ଡଳ,ନାରାୟଣ ମହନ୍ତ,ମହେଶ୍ୱର ପ୍ରଧାନ, ରଘୁନାଥ ଦଳେଇ, କାଲିଚରଣ ମଲ୍ଲିକ ଇତ୍ୟାଦି ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଦୁଇଟି ପଞ୍ଚାୟତ ର ଶତାଧିକ ଗ୍ରାମ ବାସୀ ଉପସ୍ଥିତ ଥିଲେ l