ରେଲୱେ ଓଲ୍ଡ ଷ୍ଟୁଡେଣ୍ଟ୍ ଆସୋସିଏସନ୍ର ନୂତନ କମିଟି

ଜଟଣୀ (ଯୁଗାଦ୍ଦ ନ୍ୟୁଜ): ସ୍ଥାନୀୟ ରେଲୱେ ସ୍କୁଲ ପରିସରରେ ଖୋର୍ଦ୍ଧାରୋଡ ରେଲୱେ ଷ୍ଟୁଡେଣ୍ଟ୍ ଆସୋସିଏସନ୍ (ରୋଜା) ର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଏହି ଅବସରରେ ରୋଜାର ପୂର୍ବତନ ସଭାପତି ତଥା ପୂର୍ବତନ ସୁଚନା କମିଶନର ଶ୍ରୀ ଜଗଦାନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କମିଟି ଚୟନ କାର୍ଯ୍ୟକ୍ରମରେ ନୂତନ ସଭାପତି ଭାବେ ଡା: ସଞ୍ଜୟ ଦାସ, ସାଧାରଣ ସଂପାଦକ ଅଧ୍ୟାପକ ତପନ କୁମାର ମିଶ୍ର, କୋଷାଧ୍ୟକ୍ଷ ଦିଲୀପ କୁମାର ପାଣିଗ୍ରାହୀ, ଉପସଭାପତି ସୁବ୍ରତ କୁମାର ପଣ୍ଡା, ସଚିଦାନନ୍ଦ ରାଉତ, ସହସଂପାଦକ କାକୋଲି ମୁନସୀ, ହରିହର ରାଓ ଓ ନଳିନୀ ସ୍ୱାଇଁ ପ୍ରମୁଖ ବିବେଚିତ ହୋଇଛନ୍ତି । ରେଲୱେ ମିକ୍ସଡ ହାୟର ସେକେଣ୍ଡାରୀ ସ୍କୁଲଟି ଶହେ ବର୍ଷ ପୁର୍ତ୍ତି ୨୦୧୫ ମସିହାରେ ପାଳନ କରିଥିବା ବେଳେ ସ୍କୁଲ୍ର ବାର୍ଷିକୋତ୍ସବ ଏବଂ ଏହାର ଉନ୍ନୟନ ପାଇଁ ଉକ୍ତ ମସିହାଠାରୁ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ