ରେଲୱେ ବିଭାଗ ପକ୍ଷରୁ କର୍ମଚାରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଚାଲିପାରେ ଯାତ୍ରୀବାହୀ ରେଳ ଏପ୍ରିଲ ୧୫ରୁ

ଆଦିଲ୍ଲୀ: ଚଳିତ ମାସ ୧୪ ତାରିଖରେ ଦେଶରେ ଲାଗୁହୋଇଥିବା ୨୧ ଦିନିଆ ଲକଡାଉନ ସମୟସୀମା ଶେଷ ହେବ। ଦେଶଭରି ଯାତ୍ରୀ ବାହି ରେଳ ବନ୍ଧ ଥିବା ବେଳେ ଚଳିତ ମାସ ୧୫ ତାରିଖରୁ ରେଲୱେ ସେବା ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଫଳରେ ରେଲୱେ ପକ୍ଷରୁ କାଜ୍ୟରତ ସମସ୍ତ ସୁରକ୍ଷାକର୍ମୀ, କର୍ମଚାରୀ, ଗାର୍ଡ, ଟିଟିଇ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଏପ୍ରିଲ ୧୫ରୁ ନିଜ କାର୍ଯ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ବାକି ରହିଛି ସରକାରଙ୍କ ସବୁଜ ସଙ୍କେତକୁ । ସରକାର ଏହି ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଗୋଟିଏ ଗୋଷ୍ଠୀ ଗଠନ କରିଛନ୍ତି ମନ୍ତ୍ରୀସ୍ତରୀୟ ଗୋଷ୍ଟୀର ସବୁଜ ସଂକେତ ମିଳିବା ପରେ ହିଁ ଟ୍ରେନ ଚଳାଚଳ ଆରମ୍ଭ ହେବ। ଇତି ମଧ୍ୟରେ ରେଲୱେ ବିବାଘ ତରଫରୁ ଟ୍ରେନଗୁଡ଼ିକ ଚଳାଚଳ କରିବାର ସମୟସାରଣୀ, ଯାତ୍ରା, ବଗିଗୁଡ଼ିକର ଉପଲବ୍ଧତା ଉପରେ ଗୁରୁତା ଦେବା ସହ ସମସ୍ତ ରେଳ ଜୋନଗୁଡ଼ିକରେ ସେବା ଆରମ୍ଭ କରିବାର ଯୋଜନା ଆରମ୍ଭ କରିଦେଇଛନ୍ତି । ରେଲୱେ ପକ୍ଷରୁ ଶେଷରେ ଥିବା ସମସ୍ତ ୧୭ଟି ଜୋନକୁ ନିଜ ନିଜ ସେବା ପରିଚାଳନା କରିବା ଲାଗି ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଚଳିତ ମାସ ୧୫ ତାରିଖରୁ ପାଖାପାଖି ୮୦ ପ୍ରତିଶତ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚଳାଚଳ କରିବାର ସମ୍ଭାବନା ରହିଛି। ଟ୍ରେନଗୁଡ଼ିକ ମଧ୍ୟରେ ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ, ଦୁରନ୍ତ ଏକ୍ସପ୍ରେସ ସାମିଲ ରହିଚି । ଏଥିସହ ସ୍ଥାନୀୟ ଟ୍ରେନଗୁଡ଼ିକର ସେବା ମଧ୍ୟ ଆରମ୍ଭ ହେବ ଏକ ପ୍ରକାର ସ୍ଥିର ହୋଇଛି । ସୁରକ୍ଷାକୁ ଦୂରସ୍ତିରେ ରଖି ରେଲୱେ ପକ୍ଷରୁ ସମସ୍ତ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସରକାରଙ୍କ ପରାମର୍ଶ ଅନୁଯାଇ ସବୁ ନିୟମ ପାଳନ କରାଯିବ। କିଛି ବରିଷ୍ଠ ଅଧିକାରୀଙ୍କ ମତ ଅନୁଯାଇ ଏନେଇ କୌଣସି ନିର୍ଦେଶନାମା ବର୍ତମାନ ସୁଦ୍ଧା ଜାରି ହୋଇନଥିବା ସୂଚନା ଦେଇଛନ୍ତି । ସାରଭାରତରେ ଲକଡାଉନଜାରି ହେବାଠାରୁ ସମସ୍ତ ଯାତ୍ରୀବାହି ରେଳସେବା ୧୪ ଏପ୍ରିଲ ପର୍ଯ୍ୟନ୍ତ ରଦ୍ଦ କରାଯାଇଛି। ପୁଣି ଥରେ ସେବା ଆରମ୍ଭ କରିବା ଲାଗି ନୂଆ ଆଦେଶନାମା ଆସିବାପରେ ପରବର୍ତୀ କାର୍ଜ୍ୟନୁଷ୍ଟାନ ଗ୍ରହଣ କରାଯିବ ବୋଲି ଜଣ ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ