ରେଲୱେ ବୋର୍ଡର ହେବ ପୁନର୍ଗଠନ

ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟ୍ ରେଲୱେ ବୋର୍ଡର ପୁନର୍ଗଠନ ପାଇଁ ମଞ୍ଜୁରୀ ଦେଇ ବଡ ପରିବର୍ତ୍ତନ ଆଣିବାକୁ ଘୋଷଣା କରିଛନ୍ତି। ରେଲୱେ ବୋର୍ଡରେ ବର୍ତ୍ତମାନ ଥିବା ସଦସ୍ୟଙ୍କ ସଂଖ୍ୟା ହ୍ରାସ କରାଯାଇଛି। ରେଲ୍‌ଓ୍ବେ ବୋର୍ଡରେ ଜଣେ ଅଧ୍ୟକ୍ଷ ଓ ୮ ଜଣ ସଦସ୍ୟ ରହୁଥିବାବେଳେ ଏହାକୁ ହ୍ରାସ କରାଯାଇ ୪ ଜଣ ସଦସ୍ୟ ରହିବେ ବୋଲି ସୂଚନା ରହିଛି। ସେହିପରି ରେଲଓ୍ବେ କ୍ୟାଡରର ମଧ୍ୟ ବିଲୟ ହେବ । ଅର୍ଥାତ୍‌ ରେଲ୍‌ଓ୍ବେ ତରଫରୁ ଦିଆଯାଉଥିବା ସମସ୍ତ ସେବାକୁ ଏବେ ଏକୀକୃତ କରାଯିବ। ନୂତନ ସେବା ‘ଭାରତୀୟ ରେଳ ସେବା’ରେ ସମସ୍ତ ସେବାକୁ ଅନ୍ତର୍ଭୁକ୍ତ କରାଯିବ। ସେହିପରି ନୂତନ ବୋର୍ଡରେ ପରିଚାଳନା, ବ୍ୟବସାୟ ବିକାଶ, ମାନସ ସଂସାଧନ, ଭିତ୍ତିଭୂମି ଓ ଅର୍ଥ ବିଭାଗର ସଦସ୍ୟ ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ