ରେଳଧାରଣା ନିକଟରୁ ଅଚିନ୍ହା ଯୁବକ ଙ୍କ ଖଣ୍ଡ ବିଖଣ୍ଡ ଶରୀର ଉଦ୍ଧାର
ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ମୁସୁଲିପେଣ୍ଠ ସାହି ନିକଟ ରେଳ ଧାରଣାରେ ଅଚିହ୍ନା ଯୁବକର ମୃତ ଶରୀର ମୁଣ୍ଡରୁ ଶରୀର ଅଲଗା ଦେହ କୁ ଉଦ୍ଧାର କରାଯାଇଛି l ସୂଚନା ଥାଉ କି ରବିବାର ର ଘଟଣା ଯେଉଁ ଜାଗାରେ ହୋଇଛି ତାହାର ଆନୁମାନିକ 200 ମିଟର ଦୂରରେ ଶନିବାର ଜଣେ ନାବାଳିକା ରେଳ ଧାରଣା ପାଶ୍ୱରେ ପଡି ରହିଥିଲା l ତାହା ଆତ୍ମହତ୍ୟା କି ସୁକଳ୍ପିତ ହତ୍ୟା ତଦନ୍ତ ପରିସର ଥିଲାବେଳେ ପୁଣି ଆଜି ଏକ ଅଚିହ୍ନା ଯୁବକଙ୍କ ମୁଣ୍ଡରୁ ଶରୀର ଅଲଗା ମୃତ ଶରୀର ପଡିରହିଥିଲା l ଯାହା ଛତ୍ରପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି l ଶନିବାର ଯେଉଁ ନାବାଳିକାଙ୍କ ମୃତ ଶରୀର ମିଳିଥିଲା ତାହାର ପରିଚୟ ମିଳିଥିଲା ବେଳେ ଆଜି ଯେଉଁ ଯୁବକର ମୃତ ଶରୀର ରେଳ ଧାରଣା ନିକଟରୁ ଜିଆରପି ଉଦ୍ଧାର କରିଛି ,ଏବେ ସୁଦ୍ଧା ପରିଚୟ ମିଳିପାରି ନାହିଁ l ଜିଆରପି ପୋଲିସଙ୍କ ଉପସ୍ଥିତିରେ ଘଟଣା ସ୍ଥଳରୁ କୌଣସି ବି ପରିଚୟ ସଂପର୍କିତ ତଥ୍ୟ ମିଳିପାରିନାହିଁ l ଏହି ପରିପ୍ରେକ୍ଷୀରେ ମୃତ ଯୁବକଙ୍କ ପରିଚୟ ନିମନ୍ତେ ମୃତ ଶରୀରକୁ 96 ଘଣ୍ଟା ରଖାଯିବା ସହ ସମସ୍ତ ଥାନାରେ ମୃତ ଶରୀରର ଫୋଟୋକୁ ପଠାଯିବା ଏବଂ ପ୍ରଚାରପ୍ରସାର ନିମନ୍ତେ ସମସ୍ତ ଛlପା ଓ ବୈଦ୍ୟୁତିକ ଗଣମାଧ୍ୟମଙ୍କ ନିକଟକୁ ମୃତ ଶରୀର ଫୋଟୋକୁ ପ୍ରେରଣ କରାଯିବ ବୋଲି ଜିଆରପି ପକ୍ଷରୁ କୁହାଯାଇଛି l ସକାଳୁ ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ପୋଲିସ ,ସାଇଣ୍ଟିଫିକ ଟିମଙ୍କ ସହ ବ୍ରହ୍ମପୁରରୁ ଜିଆରପି ଥାନା ପୋଲିସ ପହଁଚି ୨୭/୨୦୨୨ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ଖଣ୍ଡ ବିଖଣ୍ଡ ମୃତ ଶରୀରକୁ ସଂଗ୍ରହ କରି ଆମ୍ବୁଲାନ୍ସ ଯୋଗେ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛନ୍ତି l


