ରେଳଧାରଣା ନିକଟରୁ ଯୂବକର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଚାଣ୍ଡାଲ ଛକ ନିକଟସ୍ଥ ରେଳଧାରଣା ପାଖରୁ ଜନୈକ ଯୁବକର ମୃତଦେହକୁ ପୋଲିସ ଉଦ୍ଧାର କରିଛି I ମୃତକ ଯୁବକ ହେଲେ ରାଇରଙ୍ଗପୁର ପୌରାଞ୍ଚଳର ଗଢ ଗ୍ରାମର ଶମ୍ଭୁ ମହାକୁଡ଼ (୪୦) । ପୋଲିସ ଏକ ଅପମୃତ୍ୟୁ ମାମଲା ଜିଆରପି କେଶ ନଂ ୩୩/୨୨ ରୁଜୁ କରିଛି । ମୃତକଙ୍କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି I