ରେଳପଥ କାର୍ଯ୍ୟକାରୀ କରିବା ନିମନ୍ତେ ଆସିକା ସାଂସଦଙ୍କୁ ଭେଟିଲେ ଓକିଲ ସଂଘ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ସହିତ ସୁସମ୍ପର୍କ ସହିତ ଗମାନାଗମନର ସୁବିଧା ପାଇଁ ବ୍ରହ୍ମପୁର ଠାରୁ ସମ୍ବଲପୁର ରେଳପଥ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଓ ଓକିଲ ସଂଘ ପକ୍ଷରୁ ମିଳିତ ଭାବରେ ଆସିକା ସାଂସଦକୁ ପ୍ରମିଳା ବିଷୋୟୀଙ୍କୁ ଭେଟି ଦାବିପତ୍ର ଜଣାଇଛନ୍ତି । ସାଂସଦ ପ୍ରମିଳା ବିଷୋୟୀ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ,ରେଳମନ୍ତ୍ରୀକୁ ନିକଟରେ ଯୁକ୍ତି ଉପସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧି ମଣ୍ଡଳରେ ଆସିକା ବାର ସଭାପତି ସରୋଜ ତ୍ରୀପାଠି ,ସଂପାଦକ ଛବିଳରାମ ମିଶ୍ର ,ରେଳବାଇବୋର୍ଡର ପୂର୍ବତନ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହି ,ସରୋଜ ନାୟକ ,ସୂଚନା ଅଧିକାରୀ କର୍ମୀ ଶଙ୍କର ପାତ୍ର ,ଭଞ୍ଜନଗର ବାର ସଭ୍ୟ ବିଜୟ କୁମାର ରଥ ,ରବିନ୍ଦ୍ରନାଥ ଦାସ ,ସନ୍ତୋଷ କୁମାର ନାୟ୍କ ,ଡକ୍ଟର ସୁଶାନ୍ତ କୁମାର ତ୍ରିପାଠୀ ,ପ୍ରତିନିଧି ମଣ୍ଡଳ ବରିଷ୍ଠ ଆଇନଜୀବି ଶ୍ରୀ ଏମ୍ ତାଜ୍ ଆଦେନି କମିଟିର ଆବାହକ ଭଞ୍ଜନଗର ଓକିଲ ସଂଘର ସଭାପତି ,ଅଶୋକ କୁମାର ଜେନା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।