ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ଛତ୍ରପୁର ରେଳଷ୍ଟେସନ ପରିଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) : ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ଛତ୍ରପୁର ରେଳଷ୍ଟେସନ ପରିଦର୍ଶନ କରି ଯାତ୍ରୀଙ୍କ ସୁବିଧା ନିମନ୍ତେ କଣ ସବୁ ବ୍ୟବସ୍ଥା ରହିଛି ଏବଂ ଆଉ କଣ ଆବଶ୍ୟକତା ରହି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । କମିଟିର କନଭେନର ଦିଲୀପ ମଲ୍ଲିକ ଙ୍କ ସମେତ କମିଟିର ସଦସ୍ୟ ଅଜୟ ଯାଦଵ,ଅଭିଜିତ ଦାସ, ରାମ କୁମାର ପାହାନ, ଅଭିଳାଷ ପାଣ୍ଡେ, ବିଚିତ୍ର ନାରାୟଣ କାଲିଟା ଓ ସୁନିଲ୍ ରାମ ପ୍ରମୁଖ ଛତ୍ରପୁର ଷ୍ଟେସନ ର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ଖୋର୍ଦ୍ଧା ଡିଭିଜନର ଏଡି ଆର ଏମ କଲ୍ୟାଣ ପଟ୍ଟନାୟକ ,ବରିଷ୍ଠ ଡିଭିଜନାଲ ବାଣିଜ୍ୟ ଅଧିକାରୀ ଅମିତେଶ୍ ଆନନ୍ଦ ଓ ସିନିୟର ଡିଇଏନ୍ (ସାଉଥ୍) ପଙ୍କଜ ଚୌହାନଙ୍କ ସହ ଅନେକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଷ୍ଟେସନର ସ୍ୱଚ୍ଛତା , ବିଶ୍ରାମ ଗୃହ , ଯାତ୍ରୀ ଆତ ଯାତ, ବସିବା ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଦିବ୍ୟାଙ୍ଗ ଯାତ୍ରୀଙ୍କ ସୁବିଧା , ଫ୍ୟାନ୍, , ଦିବ୍ୟାଙ୍ଗ ଓ ରୋଗୀ ଯାତ୍ରୀଙ୍କ ନିମନ୍ତେ ହ୍ୱିଲ ଚେୟାର ପ୍ରଭୃତି ସୁବିଧା ସମ୍ପର୍କରେ ଟିକିନିଖି ଯାଞ୍ଚ୍ କରିଥିଲେ। ଏତ ବ୍ୟତୀତ ଉପସ୍ଥିତ ଯାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ବିଜେପି ନେତୃତ୍ଵଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ଶୁଣିଥିଲେ। ବିଜେପି ପକ୍ଷରୁ ରେଳ ଷ୍ଟେସନ ରେ ଯାତ୍ରୀ ଙ୍କ ସକାଶେ ଆବଶ୍ୟକତା ଥିବା କ୍ୟାଣ୍ଟିନ, ବୁକ ଷ୍ଟଲ, ପ୍ଲାଟଫର୍ମ ର ସମ୍ପ୍ରସାରଣ, ଫୁଟ ଓଭରବ୍ରିଜ ନିର୍ମାଣ, ଅପର ପାର୍ଶ୍ୱ ରାସ୍ତା ର ମରାମତି କରିବା ସମେତ ଯାତ୍ରୀ ଙ୍କ ସୁବିଧା ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ସମ୍ପର୍କ ରେ ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହା ସହ ଏକ ଲିଖିତ ଦାବି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା l ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯ ପ୍ରଶାନ୍ତ କୁମାର କର, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ବିଜେପି ଛତ୍ରପୁର ମଣ୍ଡଳ ସଭାପତି
ସଞ୍ଜିତ କୁମାର ରାଉଳ( ସନ୍ତ ), ସାଧାରଣ ସମ୍ପାଦକ ଅମରେଶ ମହାରଣା,କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଭିକାରୀପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡ଼ା, ସନ୍ତୋଷ କୁମାର ନାହାକ, ବିଜୟ କୁମାର ମୁଦୁଲି, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଡ଼ି. ରେଡ୍ଡୀ,ଏନ.ଦୀନବନ୍ଧୁ,ସୁରେନ୍ଦ୍ର ସେଠି, ପି. ତିରୁପତି ରାଓ
, ରାଜେନ୍ଦ୍ର କୁମାର ପଲାଇଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ରେଳବାଇର ସର୍ବ ଭାରତୀୟ ସ୍ତରୀୟ ପାସେଞ୍ଜର ଆମେନିଟିଜ୍ କମିଟି ର ସଦସ୍ୟ ଙ୍କ ସହ ଆଲୋଚନା ବେଳେ ଉପସ୍ଥିତ ଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ