ରେଳବାଇ ପୋଲିସର ମହାନୀୟତା

ଖୋର୍ଦ୍ଧା , (ଯୁଗାବ୍ଦ ନ୍ୟୁଜ) : ରେଳବାଇ ପୋଲିସର ମହାନୀୟତା । ବୁଧବାର ବାଲୁଗାଁ ରେଳ ଷ୍ଟେସନଠାରେ ରେଳବାଇ ପୋଲିସ ଟ୍ରେନନଂ ୧୨୮୬୩ , ସିଟ ନଂ- ଏସ-୮ ବର୍ଥ ନମମ୍ବରୁ ୧୨ରୁ ଏକ ମେରୁନ କଲର ବ୍ୟାଗ ଜବତ କରିଥିଲା । କାର୍ଯ୍ୟରେ ଥିବା ସମୟରେ ରେଳବାଇ ପୋଲିସ ଅଧିକାରୀ ବି.ଆର . ରାଓଙ୍କୁ ଏଚଏଚ ବେହେରା ନାମକ ଜଣେ ଭଦ୍ର ବ୍ୟକ୍ତି ଉକ୍ତ ବ୍ୟାଗ ସମ୍ପର୍କରେ ଖବର ଦେଇଥିଲେ । ଖବରପାଇ କାର୍ଯ୍ୟରେ ଥିବା ପୋଲିସ ଅଧିକାରୀ ଘଟଣା ସ୍ଥଳେର ପହଞ୍ଚି ବ୍ୟାଗଟିକୁ ଉଦ୍ଧାର କରିଥିଲେ । ସୁଚନାନୁସାରେ , ତଦନ୍ତ ପରେ ଜଣାପଡିଥିଲା ଯେ , ଉକ୍ତ ବ୍ୟାଗଟି କଲିକତାର ନିବାସୀ ୩୮ ବର୍ଷୀୟ ରତନ ଦାସଙ୍କର । ସେ ହାୱାର୍ଡ ଠାରୁ ବାଲୁଙ୍ଗା ପର୍ପ୍ୟନ୍ତ ଯାତ୍ରା କରି ବାଲୁଗାଁ ଷ୍ଟେସନରେ ଓହ୍ଲାଇ ଥିଲେ । ମାତ୍ର ଭୁଲବଶତଃ ସେ ତାଙ୍କର ବ୍ୟାଗଟିକୁ ନେବା ପାଇଁ ଭୁଲି ଯାଇଥିଲେ୍ । ମିଳିଥିବା ଖବରନୁସାରେ , ଉକ୍ତ ବ୍ୟାଗ ମଧ୍ୟରେ ତାଙ୍କର ଅଫିସିଆଲ ପରିଚୟପତ୍ର , ମେମେଣ୍ଟୋ ଏବଂ ୫ହଜାର ଟଙ୍କା ଥିଲା ଯାହାକୁ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କ ଉପପୁକ୍ତ ପ୍ରମାଣ ପତ୍ର ଯାଞ୍ଚ କରି ତାଙ୍କୁ ଫେରାଇ ଦେଇଥିଲା । ବ୍ୟାଗ ଫେରିପାଇବା ପରେ ରତନ ରେଳବାଇ ପୋଲିସକତୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ