ରେଳବାଇ ବୋର୍ଡ ଯାତାୟାତ ସଦସ୍ୟ ଭାବେ ଯୋଗଦେଲେ ପୁର୍ନେନ୍ଦୁ ମିଶ୍ର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ରେଳବାଇ ବୋର୍ଡ ଯାତାୟାତ ସଦସ୍ୟ ଭାବେ ଯୋଗଦେଲେ ପୁର୍ନେନ୍ଦୁ ମିଶ୍ର । ରେଳବାଇ ବୋର୍ଡ ଯାତାୟାତ ସଦସ୍ୟ ଭାବେ ପୁର୍ନେନ୍ଦୁ ମିଶ୍ର ଯୋଗଦାନ କରିଛନ୍ତି ।  ଏହା ପୂର୍ବରୁ ସେ କଲିକତା ଠାରେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଭାବେ କାର‌୍ୟ୍ୟ ସମ୍ପାଦନ କରୁଥିଲେ ।  ସେ ସ୍ୱଳ୍ପ ସମୟ ପାଇଁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାଇତ୍ୱ ମଧ୍ୟ ତୁଲାଉଥିଲେ ଶ୍ରୀ ମିଶ୍ର ୧୯୮୨ ମସିହାରେ ଭାରତୀୟ ରେଳବାଇ ଟ୍ରାଫିକ ସେବାରେ ଯୋଗଦେଇଥିଲେ ।  ଭାରତୀୟ ରେଳବାଇରେ ଯୋଗଦେବା ପରେ ତାଙ୍କର ଯାତାୟାତ ପରିଚାଳନାରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ରହିଛି ।ଶ୍ରୀ ମିଶ୍ର ରେଳବାଇ ବୋର୍ଡ ଉପଦେଷ୍ଟା (ନିରାପତ୍ତା) ଏବଂ କାର‌୍ୟ୍ୟନିର୍ବାହୀ ନିର୍ଦେଶକ (କର୍ପୋରେଟ କମ୍ୟୁନିକେଶନ), ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ରାୟପୁର ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ମୁମ୍ବାଇ ସ୍ଥିତ ପଶ୍ଚିମ ରେଳପଥ ର ପ୍ରମୁଖ ପରିଚାଳନା ପ୍ରବନ୍ଧକ ଭାବେ ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ କାର‌୍ୟ୍ୟ କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତି।ସେ ମଧ୍ୟ ପୂର୍ବତଟ ରେଳପଥ ରେ ବହୁ ଗୁରୁତ୍ୱପୂର୍ଣ ପଦପଦବୀରେ କାର‌୍ୟ୍ୟ କରିଛନ୍ତି ।   ରେଳପଥରେ ଭିତ୍ତିଭୂମିର ବିକାଶ କୁ ତ୍ୱରାନ୍ୱିତ କରିବା ନିମନ୍ତେ ପୂର୍ବତଟ ରେଳପଥ ସହିତ ଏହି ଅଂଚଳରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ବିଭିନ୍ନ ଷ୍ଟେକ ହୋଲଡ଼ର ବା ସହଭାଗୀ ଉପଭୋକ୍ତା ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ପ୍ରକଳ୍ପ ଗୁଡିକୁ ଆଗେଇ ନେବେ ବୋଲି ଆଶା କରାଯାଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ