ରେଳମନ୍ତ୍ରୀଙ୍କୁ ଓୟୁଜେର ଦାବୀ ପତ୍ର ପ୍ରଦାନ
ବାଲେଶ୍ୱର,(ୱାଇଏନ୍ଏସ୍): ଓଡିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଶାଖା ପକ୍ଷରୁ ଆଜି ବିଭିନ୍ନ ଦାବୀ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟର ଅଧିଶିକୃତ ସାମ୍ବାଦିକ ମାନଙ୍କୁ ପୂର୍ବରୁ ରେଳ ଯାତ୍ରା ବେଳେ ମିଳୁଥିବା ୫୦ ଭାଗ ରିହାତି ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା, ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ଓ ବୀମା ଭୁକ୍ତ ସାମ୍ବାଦିକଙ୍କୁ ରେଳ ଯାତ୍ରାରେ ୫୦ଭାଗ ରିହାତି ଗ୍ରହଣ କରିବା, ବାଲେଶ୍ୱର ଜିଲ୍ଲାର ସମସ୍ତ ରେଳ ଷ୍ଟେସନକୁ ରେଳ ବାଇର ପୂର୍ବାଞ୍ଚଳ ଜୋନରେ ସାମିଲ କରିବା ପୂର୍ବରୁ ବାରମ୍ବାର ସର୍ଭେ ହୋଇଥିବା ରୂପସା ବାଙ୍ଗିରିପୋଷି ରେଳ ରୁଟର ବୁଢ଼ାମରା ରେଳ ଷ୍ଟେସନ ଠାରୁ ହାଉହା ମୁମ୍ବାଇ ରେଳ ରୁଟର ଚକୁଳିଆ ରେଳ ଷ୍ଟେସନ କୁ ସଂଯୋଗ କରଣ କରିବା, ଜଳେଶ୍ୱର ଦୀଘା ରେଳପଥର କାର୍ଯ୍ୟ ଆରମ୍ଭ କରିବା ଏବଂ ଆମ ରାଜ୍ୟ ଓଡିଶାର ରେଳ ପ୍ରକଳ୍ପର କାର୍ଯ୍ୟ ତ୍ୱରା ନିତ୍ୱ କରିବା ସମ୍ପର୍କରେ ଦାବୀପତ୍ରରେ ଦର୍ଶାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂଘର ସଭାପତି ଗଙ୍ଗାଧର ରାଉତ, ସଂପାଦକ ବିବେକାନନ୍ଦ ଦାସ, ବରିଷ୍ଟ ସଦସ୍ୟ ଉବାଚକ୍ ମହାନ୍ତି, ଆଲୋକ ବାରିକ, ମନୋଜ କୁମାର ରାଉଳ, ରତିକାନ୍ତ ପାତ୍ର, ମାନସ କୁମାର ବିଶ୍ୱାଳ, ହିମାଂଶୁ କୁମାର ଦାସ, ସତ୍ୟବ୍ରତ ପ୍ରଧାନ, ଦେବବ୍ରତ ପାଣିଗ୍ରାହୀ, ସୋମନାଥ ସାହୁ, ଅଜିତ ମହାନ୍ତି, ଅଧିପ କୁମାର ଜେନା, ପ୍ରସଂଜିତ ଆଶ, ଅର୍ଧେନ୍ଧୁ ଶେଖର ମିଶ୍ର, ହିତେଶ କୁମାର ନାୟକ, ମହେଶ୍ୱର ପ୍ରଧାନ, ଆଶୁତୋଷ ମଲ୍ଲିକ, ମିତ୍ରବନ୍ଧୁ ପଳାଇ, ହାଇଦର ଖାଁ, କଳିଙ୍ଗ ସାହୁ, ଅରୂପ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସଫଳ କରିବାପାଇଁ ପରୋକ୍ଷରେ ବରିଷ୍ଟ ସଦସ୍ୟ ଶିଶିର କୁମାର ଦାସ, ଅନାମ ଚରଣ ପଣ୍ଡା, ରତିକାନ୍ତ ପାଢ଼ୀ, ଚନ୍ଦ୍ରମୋହନ ମହାପାତ୍ର, ଉତ୍କଳ ବନ୍ଦୁ ପଣ୍ଡା, ସତ୍ୟଜିତ ସେନାପତି, କୁସୁମ ପଣ୍ଡା ପ୍ରମୁଖ ପ୍ରେରଣା ଦେଇଥିଲେ ।

 
            
