ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହିତ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଇସ୍ତଫା ଦିଅନ୍ତୁ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ରାଜ୍ୟ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ରୀ ଜରୀରୀ ବୈଠକରେ ବାହାନଗା ମର୍ମନ୍ତୁଦ ଭୟଙ୍କର, ହୃଦୟ ବିଦାରକ ରେଳ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦାବି କରାଯାଇଛି । ବାରମ୍ବାର ରେଳ ଦୁର୍ଘଟଣା ପାଇଁ ଅଶ୍ୱିନୀ ବୈଷ୍ଣବ ତୁରନ୍ତ ଇସ୍ତଫା ଦିଅନ୍ତୁ ଏବଂ ଭାରତବାସୀ ଅଶ୍ୱିନୀ ବୈଷ୍ଣବଙ୍କ ମୁହଁ ଦେଖିବାକୁ ଚାହାଁନ୍ତି ନାହିଁ ବୋଲି ସଭାପତି ରମେଶ ରାଉତ କହିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲି ଭାଷଣବାଜି କରି ଏବଂ ମନ୍ କି ବାତ୍ କରି ରାଷ୍ଟ୍ରର ସମୟ ନଷ୍ଟ କରୁଥିବା ବେଳେ ଭାରତବାସୀଙ୍କ ଧନ ଜୀବନର ସୁରକ୍ଷା କରିପାରୁ ନଥିବାରୁ ସେ ମଧ୍ୟ ଇସ୍ତଫା ଦେବା ଉଚିତ୍ । ଦୁର୍ଘଟଣାସ୍ଥଳକୁ ଏକ ହେଭିୱେଟ ଲିଫ୍ଟ ମଧ୍ୟ ରାଜ୍ୟ ସରକାର ପଠାଇ ନ ପାରି ଗୋଟିଏ ସେଜିବି ମେସିନ ପଠାଇ ସର୍ବସାଧାରଣଙ୍କ ଦୃଷ୍ଟିରେ ନିଜର ଛବି ରକ୍ଷା ପାଇଁ ହୀନ ଉଦ୍ୟମ କରୁଥିବାରୁ ନବୀନ ବାବୁ ମଧ୍ୟ ଇସ୍ତଫା ଦିଅନ୍ତୁ ବୋଲି ଇଣ୍ଡିଆନ ସିଟିଜେନ୍ସ ପାର୍ଟି ଦାବି କରିଛି । ବାହାନଗାଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ôଚ ଥିଲେ ମଧ୍ୟ ଭୁବନେଶ୍ୱରରୁ ବାହାନଗା ପ୍ରାୟ ୧୭୫ କିଲୋମିଟର ଦୂରତାର ପ୍ରାୟ ୩ ଘଣ୍ଟାର ରାସ୍ତା ହୋଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ୨୪ ଘଣ୍ଟା ପରେ ପହଞ୍ôଚ ଥିବାରୁ ତାହାର ନିନ୍ଦା କରାଯାଇଛି ।


