ରେଳଷ୍ଟେସନରେ କରୋନା ପାଇଁ ସଚେତନତା ଯାତ୍ରୀଙ୍କ ହାତ ଧୁଆଗଲା

ଛତ୍ରପୁର : ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ ଭାବେ ଗତକାଲିଠାରୁ କାର୍ଯ୍ୟ କରିଆସୁଛନ୍ତି । ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀମାନେ ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହି ମର୍ମରେ ଶନିବାର ସକାଳେ ଛତ୍ରପୁର ରେଳଷ୍ଟେସନରୁ ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ କରୋନା ସଂକ୍ରମଣ ନବ୍ୟାପିବା ପାଇଁ ସଚେତନ ଓ ହାତ ଧୋଇବା ପ୍ରଣାଳୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଷ୍ଟେସନରେ ଟ୍ରେନରୁ ଆସୁଥିବା ଯାତ୍ରୀମାନଙ୍କୁୁ ସଚେତନ କରାଯାଇଥିଲା ଏବଂ ହାତ କୁ ସାନିଟାଇଜରରେ ଧୁଆ ଯାଇଥିଲା । ଷ୍ଟେସନ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଆସୁଥିବା ଯାତ୍ରୀଙ୍କୁ କେମିକାଲ ସାହାଯ୍ୟରେ ହାତକୁ ସଫା ସୁତରା କରିବା, ମୁହଁରେ ମାସ୍କ ଲଗାଇବା ସହ ଖାସିଲେ ରୁମାଲ ଧରି ଖାସିବା, ଏକ ମିଟର ଦୂରରେ ରହି କଥାବାର୍ତା ହେବା, ମୁଖ୍ୟତଃ ଗହଳି ସ୍ଥାନମାନଙ୍କରୁ ଯେତେ ଦୂରରେ ରହିବା ସେତେ ଭଲ ବୋଲି କୁହାଯାଇଛି । ଆବଶ୍ୟକ ନଥିଲେ ଦୂର ଯାତ୍ରା କରିବା ପାଇଁ ମଧ୍ୟ ବାରଣ କରାଯାଇଛି । ଥଣ୍ଡା ଓ ଖାସ ହେଉଥିବା ଲୋକଙ୍କୁ ଦେଖିଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଏହାର ସ୍ଥିତି ପରଖିବେ । ଏହାସହ କରୋନା ଭାଇରସ ସମ୍ପର୍କରେ ବିଭିନ୍ନ ସଚେତନ କରାଇବା ସହ ଯାତ୍ରୀମାନଙ୍କୁ ଲିଫଲେଟ ବାଂଟିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଜଂୟ ରେଡ୍ଡି, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର ରୋଟାରୀ କ୍ଲବ ସଭାପତି ନିରଜଂନ ପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ପତି, ରୋଟାରିୟାନ ପ୍ରଫୁଲ କୁମାର ପଟ୍ଟନାୟକ, ସୁରଜିତ ସାମନ୍ତରାୟ, ସ୍ୱାଗତିକା ସାମନ୍ତରାୟ, ଓକେସିଏଲର ଗଂଜାମ ଜିଲ୍ଲା ମୁଖ୍ୟ ତଥା ରୋଟାରିୟାନ ଏସ.ରେଖା, ସଂଗ୍ରାମ କ୍ଲବର ଆର.ୟୋଗେଶ୍ୱର, ଏନ.ଗିରିଧର, ଛାତ୍ର ବିଜେଡି ଗଂଜାମ ଜିଲ୍ଲାସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ଷ୍ଟେସନ ମାଷ୍ଟର ଏନ.କେ ପ୍ରଧାନ ଓ ଆରପିଏଫ ଷ୍ଟାଫ ଏବଂ ଛତ୍ରପୁରର ବହୁ ଯୁବକ, ସମାଜସେବୀମାନେ ଉପସ୍ଥିତ ରହି କରୋନା ଭାଇରସ ଉପରେ ଲୋକଙ୍କୁ ସଚେତନ କରାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ