ରେଳ ଦୁର୍ଘଟଣା ମୃତକ ଙ୍କୁ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଛତ୍ରପୁର, (ଦେବଦତ୍ତ ମହାରଣା):ରେଳ ଦୁର୍ଘଟଣାରେ ମୃତକଙ୍କ ଉଦେଶ୍ୟରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି l ଏନେଇ ଛତ୍ରପୁର ପ୍ରେସ କ୍ଳବର ନିଜସ୍ୱ କୋଠା ପରିସରରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅମର ଆତ୍ମାର ସତଗତି କାମନା କରାଯାଇଛି l ସେହିଭଳି ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଶୋକ ସନ୍ତୋପ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି l ଛତ୍ରପୁର ପ୍ରେସ କ୍ଳବର ସଭାପତି ପ୍ରଶାନ୍ତ ମହାରଣା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶୋକସଭାରେ ଛତ୍ରପୁର ପ୍ରେସ କ୍ଳବର ଉପଦେଷ୍ଠା ରବିନ୍ଦ୍ର ନାଥ ପଣ୍ଡା, ଶ୍ରୀକାନ୍ତ ମହାନ୍ତି ଓ ବସନ୍ତ କୁମାର ମହାରଣା, ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, କେ. ସତ୍ୟ ନାରାୟଣ ରେଡ୍ଡୀ,ସନ୍ତୋଷ କୁମାର ସାହୁ, ସୁଜୟ ସୁପ୍ରକାଶ ଧଳ, ଦେବବ୍ରତ ପଣ୍ଡା, ପ୍ରଦୀପ କୁମାର ସାହୁ, କେ. ରମେଶ, କିଶୋର ମହାନ୍ତି ଗୌରପ୍ରସାଦ ମହାପାତ୍ର,ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ