ରେଳ ଧକ୍କାରେ ତିନି ହରିଣ ମୃତ
ଜଗତସିଂହପୁର, (ଯୁଗାବ୍ଦ ନ୍ୟୁଜ) :ରେଳ ଧାରଣା ପାରି ହେଉଥିବାବେଳେ ରେଳ ଧକ୍କାରେ ତିନୋଟି ହରିଣ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।ମିଳିଥିବା ସୂଚନାରୁ ଜଣାପଡିଛି ଯେ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର ଛକ ପୋଲ ନିକଟରେ ରେଳ ଧାରଣା ଅତିକ୍ରମ କରିଥିବା ବେଳେ ରେଳ ଧକ୍କାରେ ହରିଣ ଗୁଡିକ ମୃତ୍ୟୁ ମୁଖରେ ପଡ଼ିଥିଲେ।ଖବର ପାଇ ବନ ବିଭାଗ ର କର୍ମଚାରୀ ମାନେ ଆସି ମୃତ ଦେହ ଗୁଡିକୁ ହେପଜାତ କୁ ନେବା ସହ ତଦନ୍ତ ଆରମ୍ବ କରିଛନ୍ତି ।


