ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ବେଲଗଡ଼ିଆ ଗ୍ରାମର ସୁଧାକର ସାମଲଙ୍କ ବଡ଼ପୁଅ କମଳାକାନ୍ତ(୩୫)ଙ୍କ ମୃତଦେହ ଖୋର୍ଦ୍ଧା ରେଳ ଷ୍ଟେସନ ନିକଟରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ କମଳାକାନ୍ତ କିଛି ମାସ ହେବ ରେଳ ଲାଇନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ସକାଳୁ ଟ୍ରେନ ଲାଇନରେ କଟି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଖବର ପାଇଥିଲେ। ଘଟଣାସ୍ଥଳରେ ସମ୍ପର୍କୀୟ ମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିବା ବେଳେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। କାରଣ କମଳାକାନ୍ତଙ୍କ ଗୋଡ଼ରେ ଗାମୁଛା ବନ୍ଧାଯାଇଥିବା ବେଳେ ରେଳ ଧାରଣାରୁ ତାଙ୍କର ମୃତଦେହ ମିଳିବା ଘଟଣାକୁ ପରିବାର ଲୋକ ସହଜରେ ଏହାକୁ ଗ୍ରହଣ କରି ପାରୁନାହାନ୍ତି। ଏନେଇ ସଠିକ ତଦନ୍ତ ହେଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ