ରେଳ ଧାରଣା ବିଦ୍ୟୁତ୍ ଖୁଣ୍ଟରେ ଚଢି ଯୁବକ ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଝରାଡିହି ଫାଣ୍ଡି ଅନ୍ତର୍ଗତ ବଳଦାରୋଡ ରେଳ ଷ୍ଟେଷନ ନିକଟ ଲାଇଲମ ଘାଟୀ ରେଳ ଧାରଣା ନିକଟ ବିଦ୍ୟୁତ୍ ଖୁଣ୍ଟରେ ଚଢି ଜନୈକ ଯୁବକ ଗୁରୁତର।ସୂଚନା ଅନୁସାରେ ଝାରଖଣ୍ଡ ସୀମାନ୍ତ କୁଆଳି ଥାନା ଅନ୍ତର୍ଗତ ସିଧିରସାଇ ନିକଟସ୍ଥ ଜଜଡିହି ଗ୍ରାମର କିଛି ଯୁବକ ବଣ ଭୋଜି କରିବାକୁ ଆସିଥିଲେ। ବଣ ଭୋଜିରେ ଖିଆପିଆ ସରିଲା ପରେ ରହିତ ସର୍ଦ୍ଧାର ନାମକ ଯୁବକ ରେଳଧାରଣା ର ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଖୁଣ୍ଟରେ ଚଢି ଯାଇଥିଲା। ଡାହାଣ ହାତରେ ବିଦ୍ୟୁତ ଆଘାତ ଲାଗିବା ଫଳରେ ତଳକୁ ଛିଟିକି ପଡି ଗୁରୁତର ଆହତ ହୋଇଥିଲା। ସୌଭାଗ୍ୟ ବସତଃ ଯୁବକ ଜଣକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛି। ବଣ ଭୋଜି କରିବାକୁ ଆସିଥିବା ଅନ୍ୟ ଯୁବକ ମାନେ ଭୟରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ଜିଆରପି ପୋଲିସ୍ ଘଟଣାସ୍ଥଳକୁ ପହଞ୍ଚି ଉକ୍ତ ଯୁବକକୁ ଚିକିତ୍ସା ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ଜିଆରପି ପୋଲିସ୍ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଚାଲିଥିବାବେଳେ ଉକ୍ତ ଯୁବକଟି ବିଦ୍ୟୁତ୍ ଖୁଣ୍ଟକୁ କାହିଁକି ଚଢିଥିଲା ତାହା ଜଣା ପଡିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ