ରେଳ ଭୂମି ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷଙ୍କ କଟକ ରେଳଷ୍ଟେଶନ ନିରୀକ୍ଷଣ

କଟକ, (ଓ୍ବାଇଏନ୍ଏସ୍): ରେଳ ଭୂମି ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ବେଦ୍ ପ୍ରକାଶ ଦୁଡେଜା କଟକ ରେଳ ଷ୍ଟେଶନର ନିରୀକ୍ଷଣ କରିଛନ୍ତି । ଏହାର ପୁନର୍ବିକାଶ ପିପିଇ ମୋଡ୍‌ରେ କରାଯିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ବେଳେ ଷ୍ଟେଶନର ଆବଶ୍ୟକତା ସମ୍ପର୍କରେ ସେ ବୁଲି ଦେଖିଛନ୍ତି ।ସାମ୍ପ୍ରତିକ ସ୍ଥିତି ତଥା ଅତ୍ୟାଧୁନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀଙ୍କ ପାଇଁ ସୁବିଧା ସୁଯୋଗ, ବିଭିନ୍ନ ପ୍ରକାର ପରିବହନ ପାଇଁ ଏଠାକୁ ରାସ୍ତା ସଂଯୋଗୀକରଣ, ସୁରକ୍ଷା ତଥା ଉପଯୁକ୍ତ ତଦାରଖ ପ୍ରଣାଳୀ ସହିତ ଅନ୍ୟାନ୍ୟ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କଟକ ରେଳ ଷ୍ଟେଶନର ପୁନର୍ବିକାଶ ଡିଜାଇନ-ବିଲ୍ଡ-ଫାଇନାନ୍ସ୍‌-ଅପରେଟ୍‌-ଟ୍ରାନ୍ସଫର୍ ( ଡିବିଏଫ୍‌ଓଟି) ମଡେଲରେ ପବ୍ଲିକ୍‌-ପ୍ରାଇଭେଟ୍‌- ପାର୍ଟନରଶିପ୍ (ପିପିଇ)ରେ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । କଟକ ରେଳ ଷ୍ଟେଶନ ସହିତ ରେଳ ଭୂମି ବିକାଶ ପ୍ରାଧିକରଣ ପକ୍ଷରୁ ଓଡ଼ିଶାର ପୁରୀ, ଭଦ୍ରକ, ବ୍ରହ୍ମପୁର, ସମ୍ବଲପୁର, ରାୟଗଡ଼ା, ବାଲେଶ୍ୱର, ଝାଡ଼ସୁଗୁଡ଼ା ଏବଂ ରାଉରକେଲା ଆଦି ଷ୍ଟେଶନର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ।ଏହାସହିତ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ରେଳ ମନ୍ତ୍ରଣାଳୟ ସହାୟତାରେ କାର୍ଯ୍ୟ କରୁଥିବା ରେଳ ଭୂମି ବିକାଶ ପ୍ରାଧିକରଣ, ଖାଲି ଥିବା ରେଳ ଜମିର ବିକାଶ ପାଇଁ କାର୍ଯ୍ୟ କରିଥାନ୍ତି । ଏହି ଜମିକୁ ୪ ପ୍ରକାର ବ୍ୟବହାର କରାଯିବା ଉପରେ ରେଳ ଭୂମି ବିକାଶ ପ୍ରାଧିକରଣ ଗୁରୁତ୍ୱାରୋପ କରିଥାନ୍ତିି । ପ୍ରଥମତଃ ଏହାକୁ କୌଣସି କମର୍ସିଆଲ କାର୍ଯ୍ୟ ପାଇଁ ଲିଜ୍ ଭାବେ ପ୍ରଦାନ କରାଯିବା, ଦ୍ୱିତୀୟତଃ ଏଠାରେ କଲୋନୀ ବିକାଶ ଉପରେ ଗୁରୁତ୍ୱାରୋପ, ତୃତୀୟତଃ ଏଠାରେ ଷ୍ଟେଶନ ପୁନର୍ବିକାଶ କାର୍ଯ୍ୟ କରାଯିବା ତଥା ଚତୁର୍ଥତଃ ଏହି ଖାଲି ଜମିରେ ମଲ୍ଟି ଫଙ୍କସନାଲ୍ କମ୍ପେ୍ଲକ୍ସ୍ ବିକାଶ କରାଇବା ଆଦି କାର୍ଯ୍ୟ ସମ୍ପନ୍ନ ହୋଇଥାଏ ।ରେଳ ଭୂମି ବିକାଶ ପ୍ରାଧିକରଣ ସମ୍ପ୍ରତି ଦେଶର ୬୨ ଷ୍ଟେଶନର ବିକାଶ କାର୍ଯ୍ୟ ପର୍ଯ୍ୟାୟକ୍ରମେ ଜାରି ରଖିଛନ୍ତି । ସେହିପରି ଏହାର ସହଯୋଗୀ ଭାରତୀୟ ରେଳ ଷ୍ଟେଶନ ବିକାଶ କର୍ପୋରେଶନ ଲିମିଟେଡ୍ (ଆଇଆର୍‌ଏସ୍‌ଡିସି) ୬୧ ଷ୍ଟେଶନର ବିକାଶ କାର୍ଯ୍ୟକୁ ହାତକୁ ନେଇଛି । ଭାରତ ସରକାରଙ୍କ ସ୍ମାର୍ଟ ସିଟି ଯୋଜନା ଅନ୍ତର୍ଗତ ରେଳ ଷ୍ଟେଶନଗୁଡ଼ିକର ବିକାଶ କାର୍ଯ୍ୟ ପିପିଇ ମୋଡ୍‌ରେ ସମ୍ପନ୍ନ ହେଉଛି । ଭାରତରେ ରେଳ ବିଭାଗର ୪୩ ହେକ୍ଟର ଖାଲି ଜମି ରହିଛି । ସେଥିମଧ୍ୟରୁ ରେଳ ଭୂମି ବିକାଶ ପ୍ରାଧିକରଣଙ୍କ ପାଖରେ ୮୪ରୁ ଅଧିକ ଲିଜ୍ କମର୍ସିଆଲ ଅଂଚଳ ରହିଛି । ଏଠାରେ ସବୁଜୀକରଣ କାର୍ଯ୍ୟ କରାଯାଇଛି । ଏହା ସହିତ ସମ୍ପ୍ରତି ରେଳ ଭୂମି ବିକାଶ ପ୍ରାଧିକରଣ ୮୪ଟି କଲୋନୀ ପୁନର୍ବିକାଶ ପ୍ରକଳ୍ପ ହାତକୁ ନେଇଛନ୍ତି । ସେହିପରି ଗୌହାଟିରେ ଗୋଟିଏ ରେଳ କଲୋନୀର ପୁନର୍ବିକାଶ କାର୍ଯ୍ୟ ଲିଜ୍‌ରେ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ