ରେଶମ ସହରରୁ ମିସ ଇଣ୍ଡିଆ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : କଲିକତାରେ ଆସନ୍ତା ୧୨ ତାରିଖରେ ହେବାକୁ ଥିବା ମିସେସ ଇଣ୍ଡିଆ – ୨୦୧୯ର ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି ବ୍ରହ୍ମପୁରର ଝିଅ ଶକ୍ତି ସ୍ୱରୁପା ଦାସ । ମିଶନ ଡ୍ରଗ୍ସ ପକ୍ଷରୁ ଆୟୋଜିତ ଏହି ବିୟୁଟି ପଜାଂଟ କଣ୍ଟେଷ୍ଟର ଟାଇଟେଲ ରେସରେ ନିଜକୁ ସାମିଲ କରିବାରେ ସକ୍ଷମ ହୋଇଛନ୍ତି ଜୟବର୍ଦ୍ଧନ ଦାସ ଓ ମୀନତି ତ୍ରିପାଠୀଙ୍କ କନ୍ୟା ଶକ୍ତି ସ୍ୱରୁପା । ସେ ନିଜର ଦୃଢ ମନବଳ ଯୋଗୁଁ ଜାତୀୟ ପ୍ରତିଯୋଗୀତାରେ ଭାଗ ନେବାକୁ ଯାଉଛନ୍ତି । ବିବାହ ପରେ ନାରୀ କେବଳ ଘର ସଂସାର ମଧ୍ୟରେ ନରହି ନିଜସ୍ୱ ଶକ୍ତି ଓ ଚିନ୍ତା କରିବାରେ କିଛିଟା ଅଲଗା କରିବାରେ ସକ୍ଷମ ତାହାହିଁ ଦର୍ଶାଇଛନ୍ତି ସ୍ୱରୁପା ।


