ରେଶମ ସହରରେ ବଡଦିନ ପାଳିତ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଦେଶ ତଥା ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି ବଡଦିନ । ଏହି ଅବସରରେ ବ୍ରହ୍ମପୁରର ବିଭିନ୍ନ ଚର୍ଚ୍ଚରେ ଶାନ୍ତି ଶୃଙ୍ଖଳା ସହ ଏହି ଦିନକୁ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ପାଳନ କରିଛନ୍ତି । ମଙ୍ଗଳବାର ମଧ୍ୟରାତ୍ରରେ ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ଅବସରରେ ନବଯାତ ଶିଶୁ ଯିଶୁଖ୍ରୀଷ୍ଟଙ୍କୁ ସ୍ବାଗତ କରାଯିବା ସହ କେକ୍ କାଟି ଜନ୍ମଦିନ ପାଳନ ହୋଇଯାଇଛି । ସେହିପରି ବୁଧବାର ପୂର୍ବାହ୍ନ ୧୧ଟା ଠାରୁ ପୁଣି ସମସ୍ତ ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା ସହ ବାଇବେଲ୍ ପଠନ, ହୋମଯଜ୍ଞ ଆଦି ଅନୁଷ୍ଠିତ ହୋଇଛି । ପୁରୁଣା ବ୍ରହ୍ମପୁରସ୍ଥିତ କ୍ୟାଥେଲିକ ଚର୍ଚ୍ଚ , ଚର୍ଚ୍ଚରୋଡସ୍ଥିତ ବ୍ୟାପ୍ଟିଷ୍ଟ ଚର୍ଚ୍ଚରେ ଧୁମଧାମରେ ଏହି ପର୍ବ ପାଳିତ ହୋଇଯାଇଛି ।