ରେଶମ ସହରରେ ରଙ୍ଗର ହୋଲି
ପବିତ୍ର ହୋଲି ଅବସରରେ ଗାଁ ଠାରୁ ସହର ସବୁଠି ଉସ୍ରବ ମୁଖର । ବ୍ରହ୍ମପୁର ରେଶମ ସହରରେ ମଧ୍ୟ ଧୁମଧାମରେ ପାଳନ କରାଯାଇଛି ରଙ୍ଗର ପର୍ବ ହୋଲି । ଦିନ ତମାମ ଦେଖିବାକୁ ମିଳିଥିଲା ଖୁସିର ଲହରୀ । ଆବାଳ ବୃଦ୍ଧା ବନିତା ହୋଲିର ରଙ୍ଗରେ ରଙ୍ଗିନ ହୋଇଯାଇଥିଲେ । ଆଜିର ଦିନରେ ଶତ୍ରୁ ବି ମିତ୍ର ହୋଇଯାଉଛି । ସବୁ ରାଗ ରୁଷା ଭୁଲିଯାଇ ଭାଇଚାରାର ପର୍ବରେ ସାମିଲ ହୋଇଛନ୍ତି ସମସ୍ତ ଜନତା । ଜାତିି ପ୍ରଥା ନିର୍ବିଶେଷରେ ସମସ୍ତେ ରଙ୍ଗପର୍ବରେ ସାମିଲ ହୋଇଛନ୍ତି ।ସହରରେ କେଉଁଠି ସାଙ୍ଗସାଥିମେଳରେ ରଙ୍ଗ ଖେଳ ଚାଲିଛି ତ କେଉଁଠି ଡିଜେ ଗୀତର ତାଳେ ତାଳେ ଝୁମିଛନ୍ତି । ଆସନ୍ତା ଦିନରେ ରାଜନୈତିକ ନିର୍ବାଚନ ଥିବାରୁ ରାଜନୈିତିକ ମହଲରେ ମଧ୍ୟ ଖୁସିର ଲହରୀ ଦେଖାଯାଇଛି । ବିଭିନ୍ନ ରାଜନୈିତିକ ଦଳ ଗୁଡିକ ମଧ୍ୟ ରଙ୍ଗର ଖେଳରେ ସାମିଲ ହୋଇଥିଲେ ।ପୂର୍ବତନ ବ୍ରହ୍ମପୁର ବିଧାୟକ ଚ୍ୟାଉପଟ୍ଟନାୟକଙ୍କ ଘରେ ମଧ୍ୟ କର୍ମୀ ମାନଙ୍କ ମଧ୍ୟରେ ରଙ୍ଗର ମାହେଲ ଦେଖାଦେଇଥିଲା ।


