ରେଷ୍ଟୁରାଣ୍ଟରେ ମିଳେନାହିଁ ଆମିଷ ଏବଂ କ୍ଷୀରରେ ତିଆରି ଖାଦ୍ୟ

(ଯୁଗାଦ୍ଦ ନ୍ୟୁଜ) , ସ୍ୱିଜରଲାଣ୍ଡର ଜ୍ୟୁରିଖରେ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଶହେ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା ଆମିଷ ଅଥବା କ୍ଷୀରରେ ତିଆରି ଖାଦ୍ୟ ପରସା ଯାଇନାହିଁ । ଯଦିଓ ଏଠାରେ ବିଭିନ୍ନ ଦେଶର ଖାଦ୍ୟ ମିଳିଥାଏ ହେଲେ ସେସବୁ ସମ୍ପୂର୍ଣ୍ଣ ଶାକାହାରୀ । ସ୍ୱିଜରଲାଣ୍ଡରେ ନନ୍ଭେଜ୍ ଲୋକଙ୍କର ପ୍ରଥମ ପସନ୍ଦ ହୋଇଥିଲେ ସୁଦ୍ଧା ଏହି ରେଷ୍ଟୁରାଣ୍ଟ ଭଲ ବିଜନେସ୍ କରେ ବୋଲି କୁହାଯାଏ । ଦ କଲିନାରୀ ହେରିଟେଜ୍ର ଲେଖକ କୁହନ୍ତି ଏହି ରେଷ୍ଟୁରାଣ୍ଟଟି ତିଆରି ହେବା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି । ଜର୍ମାନୀର ଟେଲର ଏମ୍ବ୍ରୋସିୟସ ହିତଲ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ଥିଲେ । ଡାକ୍ତର ତାଙ୍କୁ ଆମିଷ ଖାଇବାକୁ ସମ୍ପୂର୍ଣ୍ଣ ବାରଣ କରିଥିଲେ । ଏହି ସମୟରେ ୨୪ବର୍ଷୀୟ ହିତଲଙ୍କୁ ଏବଷ୍ଟିନେସ୍ କାଫେ ନାମକ ଏକ ରେଷ୍ଟୁରାଣ୍ଟ ମିଳିଥିଲା । ଯେଉଁଠି କେବଳ ଶାକାହାରୀ ଭୋଜନ ପ୍ରସ୍ତୁତ କରାଯାଉଥିଲା । ଏହା ପରଠାରୁ ହିତଲଙ୍କୁ ଏହା ପସନ୍ଦ ଆସିବା ସହ ସେ ସେଠାରେ ନିୟମିତ ଭାବେ ଖାଇବା ଆରମ୍ଭ କଲେ । କିଛି ଦିନ ପରେ ସେଠାକାର ମୁଖ୍ୟ ରୋଷେୟା ଥିବା ଜଣେ ମହିଳା ମାର୍ଥା ନ୍ୟୁପେଲଙ୍କ ପ୍ରେମରେ ପଡ଼ିଯାଇଥିଲେ ହିତଲ । ଆଉ ଶେଷରେ ସେ ବିବାହ ମଧ୍ୟ କରିଥିଲେ । ଏହାପରେ ୧୯୦୪ରେ ଉକ୍ତ ରେଷ୍ଟୁରାଣ୍ଟକୁ କିଣିନେଇ ଏହାର ନାଁ ପରିବର୍ତ୍ତନ କରି ହାଁସ ହିତଲ ରଖିଥିଲେ । ସେବେଠାରୁ ଏହି ରେଷ୍ଟୁରାଣ୍ଟ ଶାକାହାରୀ ରେଷ୍ଟୁରାଣ୍ଟ ଭାବେ ଭଲ ବ୍ୟବସାୟ କରୁଥିବା କୁହାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ