ରେଷ୍ଟୁରାଣ୍ଟ୍ର ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ୍ ପାଣି
ଶୀର୍ଷକଟି ପଢ଼ି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ । ତେବେ କଥାଟି ସତ । ବିଶ୍ୱରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକମାନଙ୍କୁ ଟଏଲେଟ୍ ପାଣି ପିଇବାକୁ ଦିଆଯାଏ । ଏହି ରେଷ୍ଟୁରାଣ୍ଟର ନାମ “ଗେଷ୍ଟ ୟୁକ୍ସ’ । ଏହା ବ୍ରାଜିଲର କୁର୍ନେରେ ଅବସ୍ଥିତ । ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ ଟଏଲେଟ୍ ପାଣିକୁ ପୁର୍ନବ୍ୟବହାରଯୋଗ୍ୟ କରାଯାଇ ପିଇବାକୁ ଦିଆଯାଇଥାଏ । ଏଥିପାଇଁ ରେଷ୍ଟୁରାଣ୍ଟ ଏକ ନୂଆ ପଦ୍ଧତିର ୱାଟର ପ୍ୟୁରିଫାୟର ଲଗାଇଛି । ଏହି ୱାଟର ପ୍ୟୁରିଫାୟର ନାଳ ପାଣିକୁ ମଧ୍ୟ ସଫାକରି ପିଇବା ଯୋଗ୍ୟ କରିଥାଏ । ଖାସ୍ କଥା ହେଲା ଏହି ପାଣି ମିନେରାଲ । ଏଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କ କହିବା ଅନୁସାରେ, ଟଏଲେଟ୍ ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଇଥାଏ । ପରେ ଏଥିରେ ବର୍ଷା ପାଣି ମିଶାଯାଇଥାଏ । ଶେଷରେ ପିଇବା ଯୋଗ୍ୟ କରିବା ପାଇଁ ପ୍ୟୁରିଫାଏ କରାଯାଇଥାଏ । ଏହି ପାଣିକୁ ଆଇସ୍ କ୍ୟୁବ୍, ବିୟର ଏବଂ କଫି ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।