ରେଷ୍ପଣ୍ଡ୍ ଟ୍ରଷ୍ଟ୍ ପକ୍ଷରୁ ବିଶ୍ୱ ଯୁବ ଦିବସ ପାଳିତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଗୋବରା ବିଶ୍ୱ ଭାରତୀ ପରିସରରେ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ପକ୍ଷରୁ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶ୍ୱ ଭାରତୀ ଅଧ୍ୟକ୍ଷ କୁଞ୍ଜବିହାରୀ ନାୟକ, ଟ୍ରଷ୍ଟ୍ ଉପଦେଷ୍ଟା କବିରାଜ ପରିଡ଼ା, ମୁନେନ୍ଦ୍ର ପରିଡ଼ା, ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ ଏବଂ ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ I ଛାତ୍ରୀ ତୃପ୍ତିମିତ୍ରା ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ସିୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ I ଟ୍ରଷ୍ଟ୍ ର ମୁଖ୍ୟ ସଂଯୋଜକ ଚିନ୍ମୟ ପୋଲାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗୁଣାମ୍ବରୀ ଲେଙ୍କା ଓ ସାଥୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ I ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଅବସରପ୍ରାପ୍ତ ଶିକ୍ଷକ କବିରାଜ ପରିଡ଼ା ଆଧୁନିକ ସମାଜରେ ସଂଯମତା ଯୁବ ସମାଜ ପ୍ରତି ଏକ ଆହ୍ଵାନ ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ସମାଜ ସେବୀ ରଞ୍ଜନ କୁମାର ସାହୁ ବିବେକାନନ୍ଦ ଏବଂ ଭାରତୀୟ ସଂସ୍କୃତି ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ସେହିପରି ଶିକ୍ଷକ ଡ.ରତ୍ନସାଗର ମଲ୍ଲିକ ଧର୍ମୀୟ ଭାବନା ଓ ମାନବବାଦ ଶୀର୍ଷକରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିବା ବେଳେ ଶିଶିର କୁମାର ସ୍ୱାଇଁ ବିବେକାନନ୍ଦଙ୍କ ଚିନ୍ତାଧାରାରେ ବିଶ୍ୱ ଭ୍ରାତୃତ୍ୱ ବନାମ୍ ବସୁଧୈବ କୁଟୁମ୍ବକମ୍ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବେ ଅଭିମନ୍ୟୁ ଦଳାଇ, ରାମେକୃଷ୍ଣ ପାତ୍ର, ଡ.ରତ୍ନସାଗର ମଲ୍ଲିକ୍, ତରଣୀସେନ୍ ସେଠୀ,ଦିବ୍ୟଲୋଚନ ବିଶ୍ୱାଳ ଏବଂ ଶିବରାମ ରାଉତ ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଡାକ୍ତର ସାଗର ପରିଡ଼ା, ଡ଼ାକ୍ତର ମଧୁସ୍ମିତା ବିଶ୍ୱାଳ, ସ୍ଵେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ, ଏଭର୍ ଗ୍ରୀନ୍ ଫ୍ରେଣ୍ଡସ୍ ଗ୍ରୁପ୍, ଅରକ୍ଷିତ ପରିଛା, ରଞ୍ଜନ କୁମାର ସାହୁ, ସାରିଆପଲ୍ଲୀ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶାନ୍ତିଲତା ନାୟକ , ଡ.ରତ୍ନସାଗର ମଲ୍ଲିକ, ଶିଶିର କୁମାର ସ୍ୱାଇଁ,ରକ୍ତଦାତା ଦିବ୍ୟ ଲୋଚନ ନାୟକ, ଛାତ୍ରୀ ଗୁଣାମ୍ବରୀ ଲେଙ୍କା, ପୂଜା, ତୃପ୍ତିମିତ୍ରା ରଥ ଏବଂ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ସଦସ୍ୟ ଆଦିତ୍ୟ, କାହ୍ନୁ ଶୁଭମ୍ ପ୍ରମୁଖଙ୍କୁ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I କାର୍ଯ୍ୟକ୍ରମରେ ଗଣମାଧ୍ୟମ ପ୍ରତିନିଧି ବିଭୂପାଦ ଜେନାଙ୍କ ସମେତ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ I ଗୋପାଳ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ