ରେସନକାର୍ଡ ସମ୍ପର୍କିତ ପ୍ରଶିକ୍ଷଣ କର୍ମଶାଳା

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଗୋଟିଏ ଦେଶ ଗୋଟିଏ ରେସନ କାର୍ଡ ନିୟମରେ ଭଣ୍ଡାରିପୋଖରୀ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିବାବେଳେ ଯୋଗାଣ ନିରୀକ୍ଷକ ରେବତୀସ ସିଂନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ । କର୍ମଶାଳାରେ ବିଡିଓ ଦେବଦତ୍ତ ଦାସ, ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ସହକାରୀ ଯୋଗାଣ ଅଧିକାରୀ ଶରତ ବେହେରା, ସ୍ୱାଧିନ କୁମାର ଦଳେଇ ପ୍ରମୁଖ ଯୋଗଦେଇ ଗୋଟିଏ ଦେଶ ଗୋଟିଏ କାର୍ଡ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ନୂତନ ଆଇନ ଦିଲ୍ଲୀ, ଛତିଶଗଡ, ଆସାମ ଓ ପଶ୍ଚିମବଙ୍ଗକୁ ଛାଡି ସବୁ ରାଜ୍ୟରେ ଲାଗୁ କରାଯାଇଥିବାବେଳେ ଏହା ଦ୍ୱାରା ଯେକୌଣସି ବ୍ୟକ୍ତି ଲାଭବାନ ହୋଇପାରିବେ । ରାସନକାର୍ଡ ହିତାଧିକାରୀ ଯେଉଁସ୍ଥାନର ହେଉଥାଉନା କାହିଁକି ନିଜ ଖାଉଟି ସାମଗ୍ରୀ ଯେକୌଣସି ସ୍ଥାନରୁ ଉଠାଇ ପାରିବ ବୋଲି ପ୍ରଶିକ୍ଷଣ ବୈଠକରେ ଅଧିକାରୀମାନେ ସୂଚନା ଦେଇଥିଲେ । ଉକ୍ତ କର୍ମଶାଳାରେ ବ୍ଲକ ଅଧିନ ସମସ୍ତ ସରକାରୀ ସ୍ୱୀକୃତୀପ୍ରାପ୍ତ ଖୁଚୁରାବିକ୍ରେତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ