ରେସୱା ଅନୁଷ୍ଠାନ ପକ୍ଷରୁ ପୁରୁଷ ହକି ବିଶ୍ୱକପ ସେଲିବ୍ରେସନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚଳିତବର୍ଷ ଓଡିଶା ସରକାରଙ୍କ ଦ୍ୱାରା କଟକସ୍ଥିତ ବାରବାଟୀ ଷ୍ଟାଡିଅମରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପୁରୁଷ ହକି ବିଶ୍ୱକପ୍ ଉଦଘାଟିତ ହୋଇଯାଇଛି । ସାରା ବିଶ୍ୱରେ ହକି ଖେଳର ଏକ ସ୍ୱତନ୍ତ୍ର କ୍ରେଜ ଥିବା ବେଳେ ଓଡିଶାରେ ମଧ୍ୟ ତାହା ପରିଲକ୍ଷିତ ହେଉଛି । ଓଡିଶା ସରକାର ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ କରୁଥିବା ବେଳେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ମହିଳା ଆଶ୍ରମ ଓ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ବିଭିନ୍ନ ପ୍ରକାର ଆକ୍ଟିଭିଟି କାର୍ଯ୍ୟକ୍ରମ କରାଯିବାକୁ ନିର୍ଦେଶ ପ୍ରଦାନ କରାଯାଇଛି । ସେହି ଅନୁଯାଇ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ “ରେସୱା” ଦ୍ୱାରା ପରିଚାଳିତ ସ୍ୱାଧାର ଗୃହ ଓ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଆକ୍ଟିଭିଟି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଚାଲିବ । ପୁରୁଷ ହକି ବିଶ୍ୱକପର ଶୁଭାରମ୍ଭ ହୋଇଥିବା ବେଳେ ରେସୱା ଅନୁଷ୍ଠାନ ପରିସରରେ ଅନ୍ତେବାସୀମାନେ ନାଚି, ଗୀତ ଗାଇ ଓ ସ୍ଳୋଗାନ ଦେଇ ଏହାର ସେଲିବ୍ରେସନ କରିଥିଲେ । ଅନୁଷ୍ଠାନ ପରିସରରେ ଏହି ମହାକୁମ୍ଭ ଉଦଘାଟନୀ ଉତ୍ସବର ବୈଦୁତିକ ମାଧ୍ୟମରେ ସିଧା ପ୍ରସାରଣ ଦେଖିବା ନିମନ୍ତେ ସୁ ବନ୍ଦୋବସ୍ତ କରାଯାଇଥିଲା । ଏହି ଉତ୍ସବର ମୁଖ୍ୟ କର୍ଣ୍ଣଧାର ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରେସୱା ପରିବାର ପକ୍ଷରୁ ଅନୁଷ୍ଠାନର ସଭାପତି ସୁହାନା ୱାରେସୀ କୃତଜ୍ଞତା ଅର୍ପଣ କରିଥିଲେ । ଅନୁଷ୍ଠାନ ପକ୍ଷରୁ ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା ଓ ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ