ରେସୱା ଶିଶୁଯତ୍ନ ଅନୁଷ୍ଠାନ ଓ ଶକ୍ତିସଦନ ଅନ୍ତେବାସୀଙ୍କୁ ପରୀକ୍ଷା ପେ ଚର୍ଚ୍ଚା ସଚେତନତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଯୁବକମାନଙ୍କ ପାଇଁ ଚାପମୁକ୍ତ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରୀକ୍ଷା ପେ ଚର୍ଚ୍ଚା ଏକ ବୃହତ ଆନ୍ଦୋଳନର ରୂପ ନେଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ରେସୱା ପରିସରରେ ଶିଶୁ ଯତ୍ନ ଅନୁଷ୍ଠାନ ଓ ଶକ୍ତିସଦନ ସ୍ୱାଧାରଗୃହର ଅନ୍ତେବାସୀମାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ବିଶିଷ୍ଟ ଉଦ୍ୟୋଗପତି ଅଜିତ ସାହୁ ଏବଂ ମୁଖ୍ୟବକ୍ତା ଭାବେ ବୀର ହନୁମାନଜୀଉ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ତୁଷାର ବରାଳ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବୀତ ପ୍ରସନ୍ନ ନାୟକ ଓ ରେସୱା ନିର୍ଦେଶକ ଲିୟାକତ ହୁସେନ ପ୍ରମୁଖ ଯୋଗଦେଇ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ଏହା ଏକ ଆନ୍ଦୋଳନ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଛାତ୍ର, ଅଭିଭାବକ, ଶିକ୍ଷକ ଏବଂ ସମାଜକୁ ଏକ ସୁସ୍ଥ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ପ୍ରୟାସ କରାଇଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶିକ୍ଷା ପ୍ରତି ଏକ ସତେଜ ଆଭିମୁଖ୍ୟ ବର୍ଣ୍ଣନା କରିଛନ୍ତି । ଯାହା ଛାତ୍ରମାନଙ୍କର ଜ୍ଞାନ ଏବଂ ସାମଗ୍ରିକ ବିକାଶକୁ ପ୍ରାଥମିକତା ଦେଇଥାଏ । ଅଯଥା ଚାପ ଦ୍ୱାରା ଏହାକୁ ଜୀବନ ମୃତ୍ୟୁ ପରିସ୍ଥିତିରେ ପରିଣତ କରିବା ପରିବର୍ତ୍ତେ ପରୀକ୍ଷାକୁ ସଠିକ ଦୃଷ୍ଟିକୋଣରେ ରଖିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ବୋଲି ସେକ ହୋସେନ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁର୍ସିଦ୍ଦ ଅହେମଦ୍ଦ, ମୁମତାଜ ଅଲ୍ଲୀ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଶିଶୁଯତ୍ନ ଅନୁଷ୍ଠାନର ପରିଚାଳକ ଅମିତରଞ୍ଜନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶକ୍ତିସଦନ ସ୍ୱାଧାରଗୃହର ପରିଚାଳିକା ମିନତୀ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ