ରେସୱା ସ୍ୱାଧାର ଗୃହରେ ଜିଲ୍ଲାପାଳ ପାଳିଲେ ବଡଦିନ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଆଜି କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସଫ୍ୱା ସ୍ୱାଧାର ଗୃହରେ ଅନ୍ତେବାସୀମାନଙ୍କ ସହ ବଡଦିନ ପର୍ବ ପାଳନ କରିଛନ୍ତି । ଶୁକ୍ରବାର ସକାଳ ପ୍ରାୟ ୧୦ଟା ସମୟରେ ଜିଲ୍ଲାପାଳ ଶ୍ରୀ ବର୍ମା ଭାରତୀୟ ପ୍ରଶାସନିକ ସେବାର ପ୍ରଶିକ୍ଷାର୍ଥୀ ତଥା କେନ୍ଦ୍ରାପଡା ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ସହ ସେଠାରେ ପହଁଚି ଅନ୍ତେବାସୀମାନଙ୍କୁ ବଡଦିନର ଅଭିନନ୍ଦନ ଜଣାଇଥିଲେ । ଏଥିସହିତ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଶିକ୍ଷାଦାନ ନିମନ୍ତେ ଜଣେ ଗୃହ ଶିକ୍ଷକଙ୍କୁ ଏକବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରାଯିବାକୁ ପ୍ରତିଶୃତି ଦେଇଥିଲେ । ଏହାବ୍ୟତିତ ସେହି ଅନୁଷ୍ଠାନକୁ ଏକ ୱାସିଙ୍ଗ ମେସିନ ଓ ଏଲ.ଇ.ଡି. ଟିଭି ଯୋଗାଇଦେବାକୁ ମଧ୍ୟ ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସମସ୍ତ ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର ଓ ମିଷ୍ଠାନ୍ନ ବଂଟନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପୂର୍ବରୁ ଯୋଗାଇଦିଆଯାଇଥିବା ସିଲେଇ ମେସିନ, ଅଗରବତୀ ତିଆରୀ ମେସିନ ଓ କାଗଲ ପ୍ଲେଟ ପ୍ରସ୍ତୁତ ମେସିନ ଗୁଡିକର କାର୍ଯ୍ୟକାରିତାକୁ ତଦାରଖ କରିଥିଲେ । ଆବଶ୍ୟକ ସମୟରେ ଅନ୍ତେବାସୀଙ୍କ ପକ୍ଷରୁ ଯେକୈାଣସି ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟି ଅବଗତ କରାଇବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ । ଏହି ପ୍ରତିଶୃତି ଗୁଡିକର ତୁରନ୍ତ କାର୍ଯ୍ୟକାରୀତା ନିମନ୍ତେ ସେଠାରେ ଉପସ୍ଥିତ ଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସଙ୍କୁ ଜିଲ୍ଲା ଜରୂରୀ ବିଭାଗ ସହ ଯୋଗାଯୋଗ କରି ଆସନ୍ତା ଜାନୁଆରୀମାସ ପହିଲା ସୁଦ୍ଧା ପ୍ରତିଶୃତି ଯେପରି କାର୍ଯ୍ୟକାରୀ ହୁଏ ସେଥି ନିମନ୍ତେ ଯତ୍ନବାନ ହେବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଶିଶୁ ମଙ୍ଗଳ ସମିତିର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ର, ରେସୱାର ମୁଖ୍ୟ ସେକ ଲିୟାକତ ହୁସେନ, ସଂଚାଳିକା ମୀନତୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ