ରେସୱା ସ୍ୱାଧାର ଗୃହରେ ଜିଲ୍ଲା ସ୍ତରୀୟ କର୍ମଶାଳା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ରେସୱା ସ୍ୱାଧାର ଗୃହ ସମ୍ମିଳନୀ କକ୍ଷରେ ୟୁନିସେଫ ଓ ଆକ୍ସନଏଡ୍‌ର ଜିଲ୍ଲା ସଂଯୋଜିକା ସୁଶ୍ରୀ ଅମିତା ସିଂହଙ୍କ ସଂଯୋଜନାରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ବାଲ୍ୟ ବିବାହ ତଥା ଅନ୍ୟାନ୍ୟ ଶିଶୁ ସୁରକ୍ଷା ଜନିତ ସମସ୍ୟାରେ ଉଦ୍ଧାର ହୋଇ ସ୍ୱାଧାର ଗୃହରେ ରହୁଥିବା ଜିଲ୍ଲାର କିଶୋର/କିଶୋରୀମାନଙ୍କ ବିକାଶ ପାଇଁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରିଣୀ ମମତାରାଣୀ ପରିଡା, ଜନଶିକ୍ଷଣ ସଂସ୍ଥାନର ନିର୍ଦେଶକ ଆଶିଷରଞ୍ଜନ ସାହୁ, ପ୍ରୋଗ୍ରାମ ଅଫିସର ଶଶିଭୂଷଣ ଶତପଥୀ, ରେସୱା ଅନୁଷ୍ଠାନର ମୁଖ୍ୟ ସେକ ଲିଆକତ ହୁସେନ, ସ୍ୱାଧାରଗୃହର ଅଧିକ୍ଷିକା ମିନତୀ ମହାରଣା ପ୍ରମୁଖ ଯୋଗଦେଇ କିଶୋର/କିଶୋରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଥିବା ସୁବିଧା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇଥରଲା । ଏଥିସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଉପଲବ୍ଧ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କର୍ମଶାଳାରେ ଯୋଗଦେଇଥିବା ୫୦ରୁ ଉର୍ଦ୍ଧ୍ୱ କିଶୋର/କିଶୋରୀ ମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୮ଜଣଙ୍କୁ ବିଭିନ୍ନ କୈାଶଳ ବିକାଶ ଯୋଜନା ନିମନ୍ତେ ଚିହ୍ନଟ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କାଉନସେଲର ରେନୁଜା ରାଉତରାୟ, ସିସିଆଇ ଅଧିକ୍ଷକ ଅମିତରଞ୍ଜନ ସାହୁ, ହାଉସମଦର ସଶ୍ମିତା ଲେଙ୍କା, ଭାବଗ୍ରାହୀ ପ୍ରଧାନ, ଜୟନ୍ତୀ ସୁତାର ପ୍ରମୁଖ କର୍ମଶାଳା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ