ରେସୱା ସ୍ୱାଧାର ଗୃହ ଅନ୍ତେବାସୀଙ୍କୁ କିଟ ବଣ୍ଟନ ଓ ବୃକ୍ଷରୋପଣ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁର ଭିଆଇ.ପି. ରୋଡସ୍ଥିତ ଆମ୍ବେଦକର ଭବନକୁ ସ୍ଥାନାନ୍ତର ହୋଇଥିବା ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ରେଡକ୍ରସ କିଟ ବଣ୍ଟନ କରାଯିବା ସହିତ ସେହି ପରିସରରେ ବୃକ୍ଷରୋପଣ କରାଯାଇଛି । କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ରେଡକ୍ରସ ପ୍ରଦତ୍ତ କିଟ ଗୁଡିକୁ ରେସୱା ସ୍ୱାଧାର ଗୃହର ଅନ୍ତେବାସୀ ମହିଳା, ବାଳିକା ଓ ଶିଶୁମାନଙ୍କୁ ବଣ୍ଟନ କରିବା ସହିତ ସେହି ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରିଥିଲେ । ଅନ୍ତେବାସୀମାନଙ୍କୁ ଯୋଗାଇ ଦିଆଯାଇଥିବା ରେଡକ୍ରସ କିଟ ଭିତରେ ସାବୁନ, ଟୁଥବ୍ରସ, ନଡିଆତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରହିଥିବା କହିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ । ଏହି କାର୍ଯ୍ୟକ୍ରମରେ ରେସୱା ଅନୁଷ୍ଠାନର ସେକ ଲିୟାକତ ହୁସେନ, ସେକ ଫାୟାଜୁଦ୍ଦିନ, ବୀରେନ୍ଦ୍ର ରାଉତ, ରେସୱା ସ୍ୱାଧାର ଗୃହର ଅଧିକ୍ଷିକା ମିନତୀ ମହାରଣା, କାଉନସେଲର ରେନୁଜା ରାଉତରାୟ, ସି.ସି.ଆଇ. ଅଧିକ୍ଷକ ଅମିତରଞ୍ଜନ ସାହୁ, ହାଉସ ମଦର ସଶ୍ମିତା ଲେଙ୍କା, ହାଉସ ଫାଦର ଭାବଗ୍ରାହୀ ପ୍ରଧାନ ଓ କର୍ମଚାରୀ ଜୟନ୍ତୀ ସୁତାର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ