ରୋଜ୍ ଡେ’ରେ ଟପଲେସ୍ ଫଟୋ ସେୟାର କଲେ ମାୟରା
ନୂଆଦିଲ୍ଲୀ : ମାୟରା ମିଶ୍ର ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଟପ୍ଲେସ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମାୟରା ବ୍ଲୁ ଡେନିମ୍ ପିନ୍ଧିଥିବାବେଳେ ପିଠିକୁ ଦେଖାଇଥିବାର ନଜର ଆସିଛନ୍ତି । ଏହି ଫଟୋ ସହିତ ରୋଜ୍ ଡେ’ର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫଟୋକୁ ନେଇ ତାଙ୍କ ଫ୍ୟାନ୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । କେହି କେହି ତାଙ୍କର ଏହି ଫଟୋକୁ ଦେଖି କମେଣ୍ଟରେ କହିଛନ୍ତି ଯେ, ଏହା ହେଉଛି ସବୁଠାରୁ ହଟେଷ୍ଟ ରୋଜ୍, ଯାହାକୁ ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି । ଆଉ ଜଣେ ପ୍ରଶଂସକ ଲେଖିଛନ୍ତି, ଆପଣ ସତରେ ରେଡ୍ ରୋଜ୍ ପରି ଅଟନ୍ତି । ଆଉ କେହି କେହି ଗର୍ଜିଅସ୍, ଏମେଜିଂ ଓ ବହୁତ ସୁନ୍ଦର ପରି କମେଣ୍ଟ୍ ଦେଇଛନ୍ତି । ମାୟାରାଙ୍କ ଏହି ଫଟୋଟି ସେୟାର ହେବାର କିଛି ଘଣ୍ଟା ମଧ୍ୟରେ ୩୯ ହଜାରରୁ ଅଧିକ ଲାଇକ୍ ହୋଇସାରିଥିଲା । କିଛିଦିନ ତଳେ ମାୟାରା ଓ ଅଧ୍ୟୟନ ସୁମନଙ୍କ ଏକ ଭିଡିଓ ସଙ୍ଗ୍ ରିଲିଜ୍ ହୋଇଥିଲା । ଏହି ଗୀତରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଦୁହେଁ ଖୁବ୍ ଶୀଘ୍ର ବିବାହ କରୁଥିବାର ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳିଥିଲା । ସୋସିଆଲ୍ ମିଡିଆରେ ମାୟାରା ନିଜର ଗ୍ଲାମର୍ସ ଫଟୋକୁ ସେୟାର କରି ଚର୍ଚ୍ଚାରେ ରହିଥା’ନ୍ତି । ମାୟାରା ମଡେଲିଂ କରିବା ସହିତ ସ୍ପିଲ୍ଟଭିଲା ୧୧ର ପ୍ରତିଯୋଗୀ ମଧ୍ୟ ରହିଛନ୍ତି ।


