ରେଡ଼କ୍ରସ ପକ୍ଷରୁ କରୋନା ସଚେତନତା ଓ ପ୍ରତିଷେଧକ ବଣ୍ଟନ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଭାରତୀୟ ରେଡ଼କ୍ରସ ସୋସାଇଟି ପକ୍ଷରୁ ଗଞ୍ଜାମଜିଲ୍ଲା ଜୁନିଅର ରେଡ଼କ୍ରସ ସୌଜନ୍ୟ ରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ କରୋନା ପ୍ରତିକାର ସଚେତନତା ସହ ପ୍ରତିଷେଧକ ସାମଗ୍ରୀ ବିତରଣ କରାଯାଇଥିଲା | ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସାନଖେମୁଣ୍ଡି ବ୍ଲକ ଶିକ୍ଷାବିଭାଗ ପକ୍ଷରୁ ଚୁଡ଼ଙ୍ଗପୁର ପଞ୍ଚାୟତର ସାପୁଆବସା ଓ ପାଟପୁର ଗାନ୍ଧୀ ଛକ ଠାରେ ସଚେତନ ସହ ମାସ୍କ ସାବୁନ ସାନିଟାଇଜର ଗ୍ଳୋବ୍ସ ଆଦି ବଣ୍ଟନ କରାଯାଇଥିଲା | ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀଙ୍କ ସଂଯୋଜନାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତହସିଲଦାର ଅମିତ କୁମାର ନାୟକ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ପ୍ରମୁଖ ଯୋଗ ଦେଇ ସଜାଗ ସଚେତନ ହେବାକୁ ପରାମର୍ଶ ଦେଇଥିଲେ | ଏ ବି ଇ ଓ ସଂଯୁକ୍ତା ପଟନାୟକ କୈଳାଶ ଚନ୍ଦ୍ର ପାଣିଗ୍ରାହୀ, ରେଡ଼କ୍ରସ ପ୍ରଶିକ୍ଷକ ଲକ୍ଷ୍ମୀନାରାୟଣ ମହାରଣା ସୁଶାନ୍ତ ମାଦଳା, ତ୍ରିଲୋଚନ ଜାନି, ବିଜୟ ଚନ୍ଦ୍ର ସ୍ୱାଇଁ, ବିନାୟକ ମହାରଣା, ସି ଆର ସିସି ଅଶୋକ ମଳିକ ,ଶଙ୍କର୍ଷଣ ସେଠି, ହରିହର ସାମନ୍ତରାୟ, ସନାତନ ସେଠି, ଅନିଲ ରଥ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।


