ରୋଗରେ ମୃତ୍ୟୁବରଣ କରିଥିବା ପରିବାରକୁ ସହାୟତା

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ସାଲିଆ ସାହିର ରମେଶ ଚନ୍ଦ୍ର ରାଉତ(୩୭) କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ସୋମବାର ଦିନ ମୃତ୍ୟୁବରଣ କରିଥିଲେ। ରମେଶ ରାଉତ ମୃତ୍ୟୁ ବରଣ କରିଥିବା ଖବର ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କୁ ଜଣାଇଥିଲେ। ଖବର ଜାଣିବା ପରେ ବିଧାୟକ ଶ୍ରୀ ସାହୁ ସ୍ବର୍ଗତ ରମେଶଙ୍କ ବାସଭବନକୁ ଶୁକ୍ରବାର ଦିନ ଯାଇ ଶୋକସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ବିଧାୟକ ଶ୍ରୀ ସାହୁ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସହିତ ଆଲୋଚନା କରି ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ସ୍ବର୍ଗତ ରମେଶଙ୍କ ରୋଜଗାରରେ ତାଙ୍କର ମାଆ, ପତ୍ନୀ ଓ ୪ ବର୍ଷର ପୁଅ ପ୍ରତିପୋଷଣ ହେଉଥିବା ବେଳେ ସେମାନେ ଅସହାୟ ହୋଇପଡିଛନ୍ତି। ତେଣୁ ସ୍ବର୍ଗତ ରାଉତଙ୍କ ଧର୍ମପତ୍ନୀଙ୍କୁ କୌଣସି ଯୋଜନାରେ କର୍ମନିଯୁକ୍ତି ଦେବାକୁ ମଧ୍ୟ ଉପଜିଲ୍ଲାପାଳଙ୍କୁ ବିଧାୟକ ପ୍ରସ୍ତାବ ଦେଇଥିଲେ। ଏଥିସହ ଗ୍ରାମ ପଞ୍ଚାୟତ ପକ୍ଷରୁରୁ ବିଧବା ଭତ୍ତା କରିଦେବାକୁ ସରପଞ୍ଚଙ୍କୁ ପରାମର୍ଶ ଦେଇଥିଲେ । ବିଧାୟକ ଶ୍ରୀ ସାହୁଙ୍କ ସହ ଖୋଳଖାଳି ସରପଞ୍ଚ ଶ୍ରୀ ଗୌଡ, ସମିତି ସଭ୍ୟ ବିବେକାନନ୍ଦ ବାରିକ, ଗଙ୍ଗାପାଣି ଜେନା, ଦିଲ୍ଲୀପ ରଥ, ଅଶୋକ ବେହେରା, କେଦାର ବିଷୋୟୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ଆଜି ଅର୍ଥାତ ଶନିବାର ଦିନ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଖୋଳଖାଳି ଗ୍ରାମକୁ ଯାଇ ସ୍ବର୍ଗତ ରାଉତଙ୍କ ପରିବାର କୁ ୧୦ ହଜାର ଟଙ୍କାର ଚେକ ପ୍ରଦାନ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ