ରୋଗର ନିରାକରଣ ପାଇଁ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳଙ୍କ ସମୀକ୍ଷା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଳକଣ୍ଠ ଭଳି ମାରାତ୍ମକ ରୋଗର ନିରାକରଣ ନିମନ୍ତେ ଜିଲ୍ଲାରେ ସେପ୍ଟେମ୍ବର ମାସ ୧ ରୁ ୧୫ ତାରିଖ ଧରି ଟୀକାକରଣ କାର୍ଯ୍ୟକ୍ରମ ରହିଛି । ସାଧାରଣତ ଏହି ରୋଗ ଶିଶୁ ସମୟରୁ ହିଁ ଏହି ରୋଗର ନିରାକରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର କେବଳ ୧୦ ବର୍ଷର ପିଲା ଏବଂ ୧୬ ବର୍ଷ ବୟସର ପିଲାଙ୍କୁ ଏହି ଟୀକା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରହିଛି । ଜିଲ୍ଲାର ୧୦ ବର୍ଷ ବୟସର ୫୯ ହଜାର ୬୭୭ ପିଲା ଥିବାବେଳେ ୧୬ ବର୍ଷ ବୟସର ୪୯ ହଜାର ୪୫୪ ସମୁଦାୟ ୧ଲକ୍ଷ ୯ ହଜାର ୧୩୧ ପିଲାଙ୍କୁ ଏହି ଟୀକା ପ୍ରଦାନ କରିବାର ଲକ୍ଷ୍ୟ ରହିଛି । ଏଥି ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ସମେତ ୨୨ ଟି ବ୍ଲକରେ ୪୬୦ ଟି କେନ୍ଦ୍ର, ୭୮ ଆଇଏଲ୍ଆର୍ ପଏଣ୍ଟ ଏବଂ ୪୯୮ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦାୟିତ୍ୱ ନ୍ୟସ୍ତ ରହିଛି । ଯେପରି ଜିଲ୍ଲାରେ ଶତ ପ୍ରତିଶତ ପିଲାଙ୍କୁ ଏହି ଟୀକା ପ୍ରଦାନ କରାଯିବ ସେଥିପ୍ରତି କାର୍ଯ୍ୟ କରିବା ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ସୂଚନା ପ୍ରକାଶ କରିଛନ୍ତି । ସେହିପରି ସୁସ୍ଥ ଗଞ୍ଜାମ ସବୁଜ ଗଞ୍ଜାମ ଲକ୍ଷ୍ୟ ରଖି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ କରିବା ଲାଗି ପ୍ରତି ପଞ୍ଚାୟତରେ ଏମନରେଗା ଯୋଜନାରେ ଗୋଟିଏ ଲେଖାଁଏ ଚାରା ନର୍ସରୀ କରାଯିବ । ପ୍ରତି ନର୍ସରୀରେ ୧୦ ହଜାର ଲେଖାଁଏ ଚାରା ସୃଷ୍ଟି କରାଯିବାକୁ ଜିଲ୍ଲାପାଳ ବିଡିଓ ମାନଙ୍କୁ କହିଛନ୍ତି । ନର୍ସରୀ ନିମନ୍ତେ ଜାଗା ଚିହ୍ନଟ କରିବାରେ ତହସିଲଦାରମାନେ ସହାୟତା କରିବେ । ବ୍ଲକ ଗୁଡିକରେ କେତେ ପରିମାଣର ଗଛ ଲଗାଯାଇଛି ସେଥିରୁ କେତେ ପରିମାଣ ବଞ୍ଚିତ ଅଛି ତାହା ଉପରେ ଅଡିଟ୍ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରତି ଗାଁରେ ଶ୍ରମିକ ସଂଘ ଗଠନ କରାଯିବ । ସେମାନଙ୍କୁ ନେଇ ବୈଠକ କରି ପଞ୍ଚାତରାଜ ବିଭାଗର ସମସ୍ତ ଯୋଜନା ସଂକ୍ରାନ୍ତରେ ସଚେତନତା କରାଯିବ । ବ୍ୟକ୍ତିଗତ ଓ ଗୋଷ୍ଠୀଗତ ନେଇ ବିଭିନ୍ନ ଯୋଜନା ସଂପର୍କିତ ନେଇ ଡଳ୍େଓଲ୍, ଗୁହାଳ, କମ୍ପୋଷ୍ଟ, ସୋ-ଫିଟ୍ ଏମନରେଗା ଯୋଜାନରେ ପ୍ରକଳ୍ପ ଯୋଗାଇ ଦେବା ପାଇଁ କୁହାଯାଇଛି । ସେହିପରି ଯେଉଁ ଚାଷୀ ନିଜ ଜାଗାରେ ପୋଖରୀ କରିବାକୁ ଇଛୁକ ପ୍ରକାଶ କରିବେ ସେମାନଙ୍କୁ ପୋଖରୀ ଖନନ ନିମନ୍ତେ ସହାୟତା ପ୍ରଦାନ କରାଯିବ । ପ୍ରତି ପଞ୍ଚାୟତରେ ଗୋଟିଏ ଲେଖାଁଏ ଆଦର୍ଶ ପୋଖରୀ କରିବା କାର୍ଯ୍ୟକ୍ରମ ମଧ୍ୟରୁ ଯେଉଁ ପଞ୍ଚାୟତରେ ହୋଇନାହିଁ ସେଗୁଡିକୁ ତୁରନ୍ତ କରିବା ପାଇଁ ପଦକ୍ଷେପ ନିଆଯିବ । ସେହପିରି ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ୨୦୧୯-୨୦ ଆର୍ଥକ ବର୍ଷର ଏବେ ସୁଦ୍ଧା ଶତପ୍ରତିଶତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ନାହିଁ । ଏଥିସହ ଅଗ୍ନିକାଣ୍ଡରେ ସଂପୂର୍ଣ୍ଣ ଘର ପୋଡି ହୋଇଥିବା ନେଇ ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ସହାୟତା ଦିଆଯାଇଥିବା ହିତାଧିକାରୀଙ୍କୁ ବିଜୁ ପକ୍କା ଘର ପ୍ରଦାନ କରାଯାଇଛି କି ନାହିଁ ତଦାରଖ ହେବ । ଚିକିଟି ବ୍ଲକ ରାମେୟାପଟଣାରେ ସମୁଦ୍ର କୂଳ ଖାଉଥିବା ନେଇ ସମସ୍ୟା ପ୍ରତି ବିଡିଓ ତଦାରଖ କରିବେ । ସେଠାରେ ପଥର ବନେ୍ଧଇର ବ୍ୟବସ୍ଥା କରିବେ । ସେହି ଅଞ୍ଚଳରେ ଓଡିଆରପି ଯୋଜନାରେ ବଞ୍ଚିତ ରହିଥିବା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଅନ୍ୟପକ୍ଷରେ ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଖଲ୍ଲିକୋଟ ଅଞ୍ଚଳର ଏଭଳି କୂଳ ଖାଉଥିବା ଅଞ୍ଚଳକୁ ମଧ୍ୟ ତଦାରଖ କରି ପଥର ବାଡର ବ୍ୟବସ୍ଥା କରାଯିବାକୁ ସଂପୃକ୍ତ ବିଡିଓମାନଙ୍କୁ କୁହାଯାଇଛି । ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଶିବିର ଆୟୋଜନ କରାଯିବ । କେତେ ନିର୍ମାଣ ଶ୍ରମିକଙ୍କୁ ଗୃହ ଯୋଗାଇ ଦିଆଯାଇଛି କେତେ ବାକି ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ହେବ । ଦାଦନ ଶ୍ରମିକମାନେ ବାହାର ରାଜ୍ୟ ତଥା ଦେଶକୁ ଯାଉଥିବା ବେଳେ ସେମାନଙ୍କ ତାଲିକା ପଞ୍ଚାୟତ ସ୍ତରରେ ରଖାଯିବ । ଶ୍ରମ ବିଭାଗ ଓ ବ୍ଲକ ପ୍ରଶାସନ ଉଭୟ ସମନ୍ୱୟ ରଖି ଏହି କାର୍ଯ୍ୟକୁ ସୂଚାର ରୂପେ ସଂପାଦାନ କରିବେ । ଗାଁ ପରିମଳ କମିଟି ଗଠନ କରାଯାଇ ଗାଁଗଣ୍ଡାରେ ଅଳିଆକୁ ସଂଗ୍ରହ କରି କମ୍ପୋଷ୍ଟ ଫିଟ୍ ମାଧ୍ୟମରେ ସେଗୁଡିକୁ ନଷ୍ଟ କରିବା ପାଇଁ ବ୍ୟବସ୍ଥା କରିବେ । ସେହିପରି ଡେଙ୍ଗୁ ରୋଗ ଅଞ୍ଚଳରେ ନ ବ୍ୟାପିବା ପାଇଁ ବିଭିନ୍ନ ପଦକ୍ଷେପ ପ୍ରତି ସଜାଗ ରହିବା ଆବଶ୍ୟକ । ଜିଲ୍ଲାରେ ବର୍ତ୍ତମାନ ୬୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି । ୭୪୭ ଜଣଙ୍କୁ ଏହି ସଂକ୍ରାନ୍ତରେ ପରୀକ୍ଷା କରାଯଆଥିବା ବେଳେ ସେଥିରୁ ଜିଲ୍ଲା ଭିତରେ ୨୫ ରହିଥିବା ବେଳେ ବାହାରୁ ୪୧ ଜଣ ଡେଙ୍ଗୁ ରୋଗୀ ବୋଲି ଜଣାପଡିଛି । ଯେତେ ଗୁଡିକ ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଶେଷ ହେବାକୁ ରହିଛି ସେଗୁଡିକର ଟାଇଲ କାମ ଏକ ଭିନ୍ନ ଧରଣ କରାଯିବ । ଇଂରାଜୀ ଓ ଓଡିଆରେ ଲେଖାଥିବା ବିଭିନ୍ନ ଅକ୍ଷର ଏବଂ ଭୌଗଳିକ ଚିତ୍ର ରହିଥିବା ଟାଇଲ୍ ବ୍ୟବହାର କରାଯିବ । ଏଥିସହ ମୋ ସ୍କୁଲ, ସ୍ୱାସ୍ଥ୍ୟ ବିଭାଗର ପରିପାଶ୍ୱର୍ର ପ୍ରକଳ୍ପ କାର୍ଯ୍ୟ ଏବଂ ବିଭିନ୍ନ ଲାଇନ୍ ବିଭାଗ ଦ୍ୱାରା ଚାଲିଥିବା ବ୍ଲକ ଅଞ୍ଚଳରେ ପ୍ରକଲ୍ପ କାର୍ଯ୍ୟ ତ୍ୱରାନ୍ୱିତ ଦିଗରେ ସମୀକ୍ଷା କରିବା ପାଇଁ ବିଡିଓମାନଙ୍କୁ ଜିଲ୍ଲାପାଳ ଦାୟିତ୍ୱ ନ୍ୟସ୍ତ କରିଥିଲେ । ଏହି ଭିଡିଓ କନଫରେନ୍ସିଂ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ, ଜିଲ୍ଲା ଶିକ୍ଷାଧିକାରୀ ଡ.ସନାତନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍.ଜଗଦୀଶ୍ ପଟ୍ଟନାୟକ ଓ ସରୋଜିନୀ ଦେବୀ, ଡିପିଏମ୍ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀ ଅଧିକାରୀ ଉପସ୍ଥିତ ଥିଲେ ।