ରୋଗିକୁ ମିଳିବ ଟେଲି ମେଡିସିନ ସେବା, ତାଲିକାରେ ପୂର୍ବତନ ବିଧାୟକ ପ୍ରିୟାଂଶୁ ଓ ଚ୍ୟାଉ ପଟ୍ଟନାୟକଙ୍କ ସମେତ ୨୪ଡାକ୍ତର

ଛତ୍ରପୁର : କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍ ଘୋଷଣା ହୋଇଛି । ଏହାର ପ୍ରଭାବରେ ସବୁକିଛି ସ୍ଥିର ହୋଇଯାଇଛି । ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ୨୪ଜଣ ଡାକ୍ତର ପ୍ୟାନେଲ ଗଠନ କରାଯାଇଛି । ଉକ୍ତ ଡାକ୍ତରମାନଙ୍କ ମଧ୍ୟରେ ୨ଜଣ ପୂର୍ବତନ ବିଧାୟ ତଥା ଡାକ୍ତର ଅଛନ୍ତି । ସେମାନେ ହେଲେ ଛତ୍ରପୁରର ପୂର୍ବତନ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଓ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । ଏଥିସହ ଉକ୍ତ ପ୍ୟାନେଲରେ ବିଭିନ୍ନ ସ୍ପେସିଆଲିଷ୍ଟ ଅଛନ୍ତି । ଡିଆରଡିଏ ପକ୍ଷରୁ ଗଠିତ ଉକ୍ତ ପ୍ୟାନେଲରେ ଥିବା ଡାକ୍ତର ମାନଙ୍କ ମୋବାଇଲ ଏବଂ ହ୍ୱାଟସପ୍ ନମ୍ବର ଦିଆଯାଇଛି । ଲୋକମାନେ ଡାକ୍ତରଖାନା ନଯାଇ ଉକ୍ତ ଡାକ୍ତରମାନଙ୍କ ସହିତ ଫୋନ୍‌ରେ କଥା ହୋଇ କିମ୍ବା ହ୍ୱାଟସପ୍‌ରେ ମେସେଜ୍ ଦେଇ ଡାକ୍ତରୀ ପରାମର୍ଶ ନେଇପାରିବେ । ସୂଚାନୁସାରେ, କରୋନା ଭୂତାଣୁ ସଂକ୍ରାମଣକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ଯଥାସାଦ୍ୟ ଉଦ୍ୟମ ଜାରି ରଖିଛି । ଜିଲ୍ଲାର ବ୍ରହ୍ମପୁର ବଡ ଡାକ୍ତରଖାନା ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । କରୋନା ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ରରେ ସନ୍ଦିଗ୍ଧ କରୋନା ରୋଗୀ ଚିକିତ୍ସା ଲାଗି ମଧ୍ୟ ବ୍ୟବସ୍ଥା ହୋଇଛି । ଏଭଳି ସ୍ଥିତିରେ ଡାକ୍ତରଖାନା ଗୁଡିକରେ ଅନ୍ୟାନ୍ୟ ରୋଗୀଙ୍କ ଭିଡ ଯମାଇବାକୁ ପ୍ରଶାସନ ଚାହୁଁନାହିଁ । ଜରୁରୀ ଆବଶ୍ୟକତା ନଥିଲେ ଡାକ୍ତରଖାନା ନ ଆସି ତାଲିକାରେ ଥିବା ଡାକ୍ତରମାନଙ୍କର ପରାମର୍ଶ ନେଇ ଚିକିତ୍ସା ସୁବିଧା ନେବା ପାଇଁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ