ରୋଗୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଡେଙ୍ଗୁରୁ ଆରୋଗ୍ୟ ପାଇଁ ୫୦୦ ମିଲିଗ୍ରାମ୍ ବଦଳରେ ୬୫୦ ମିଲିଗ୍ରାମ୍ ପାରାସିଟାମଲ୍ ଖାଅ
ଡେରାଡୁନ୍: ସାଧାରଣ ପାନ ୫୦୦ ମିଲିଗ୍ରାମ୍ ପରିବର୍ତ୍ତେ ୬୫୦ ମିଲିଗ୍ରାମର ପାରାସିଟାମଲ୍ ଖାଆନ୍ତୁ- ଡେଙ୍ଗୁ ଆକ୍ରାନ୍ତ ରାଗୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ । ଏ ବର୍ଷ ଏଇ ମଶାବାହୀ ରୋଗ ଉତ୍ତରାଖଣ୍ଡରେ ମହାମାରୀ ପାଲଟିଛି ବୋଲି ହୋଇଥିବା ଅଭିଯାଗ ଉପରେ ବୁଧବାର ଦିନ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ରାୱତ । ରାଜ୍ୟରେ ୪, ୮୦୦ ଲାକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଗଣମାଧ୍ୟରେ ପ୍ରକାଶ ପାଇଛି ।
ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଲେ: ଉତ୍ତରାଖଣ୍ଡରେ ମହାମାରୀର ପାଲଟିବା ଅନୁପାତ ଠାରୁ ଡେଙ୍ଗୁ ଢେର ଦୂରରେ ଅଛି । ୬୫୦ ଗ୍ରାମ୍ ପାରାସିଟାମଲ୍ ଖାଇ ବିଶ୍ରାମ ନେଲେ ଡେଙ୍ଗୁ ଭଲ ହୋଇଯିବ । ମୁଖ୍ୟମନ୍ତ୍ରୀ ଆହୁରି କହିଲେ କି, ଏ ବର୍ଷ ରାଜ୍ୟରେ ଡେଙ୍ଗୁ ଯୋଗୁଁ ମାତ୍ର ୬ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ଡେରାଡୁନରେ ୪ ଜଣ ଏବଂ ହଲ୍ଦ୍ୱାନିରେ ଦୁଇ ଜଣ ।
ପୁଣି କୌଣସି ମୃତ୍ୟୁ ସରକାରୀ ଡାକ୍ତରଖାନାରେ ହାଇ ନାହିଁ ବାଲି ରାୱତ୍ ଦାବି କରିଛନ୍ତି ।
ସ୍ୱାଇନ୍ ଫ୍ଲୁ ସଂକ୍ରାନ୍ତରେ ରାୱତ୍ କହିଲେ କି, ସମଗ୍ର ବିଶ୍ୱରେ ଡାକ୍ତରମାନେ ମାନି ନେଇଛନ୍ତି କି, ଏହା ଗୋଟିଏ ପ୍ରକାରଣ ଇନଫ୍ଲୁଏଞ୍ଜା । ହାତ ଧାଇଲେ ଏବଂ ମୁଖା ପିନ୍ଧିବା ସହ ଅନ୍ୟାନ୍ୟ ପ୍ରତିଷେଧାତ୍ମକ ପନ୍ଥା ଅବଲମ୍ବନ କଲେ ଏହାକୁ ଏଡ଼ାଇ ହେବ ।


