ରୋଗୀଙ୍କୁ ଚିକିତ୍ସା ପରିବର୍ତ୍ତେ ସଂପର୍କୀୟଙ୍କୁ ମାଡ

ବନ୍ତ, (ଯୁଗାଦ୍ଧ ନ୍ୟୁଜ୍‌) : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଷପାନ କରିଥିବା ଜନୈକ ମାନସିକ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଡାକ୍ତରଙ୍କ ପତ୍ନୀ ରୋଗୀଙ୍କ ସଂପର୍କୀୟଙ୍କୁ ମାଡ ମାରିଥିବା ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବରପଦା ଗ୍ରାମର ରାଜ କିଶୋର ସାହୁ ଜଣେ ମାନସିକ ରୋଗୀ ହୋଇଥିବା ବେଳେ ମାନସିକ ଭାରସାମ୍ୟ ହରାଇ ବିଷ ଖାଇଦେଇଥିଲେ । ତାଙ୍କୁ ଶୁକ୍ରବାର ସକାଳ ୭ଟା ବେଳେ ପରିବାରଲୋକେ ବରପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେତେବେଳେ ସ୍ୱାସ୍ଥ୍ୟ କେନ୍ଦ୍ର ବନ୍ଦ ଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହୁଥିବା ଡାକ୍ତରଙ୍କୁ ଡାକି ଥିଲେ । ସଂପୃକ୍ତ ଡାକ୍ତରଙ୍କ ପତ୍ନୀ ବାହାରକୁ ଆସି ଡାକ୍ତର ନାହାନ୍ତି ଏବଂ ତାଙ୍କର ଡ୍ୟୁଟି ନାହିଁ ବୋଲି କହିଥିଲେ । ଫଳରେ ରୋଗୀଙ୍କ ସଂପର୍କୀୟ ଡାକ୍ତର ଘରେ ଅଛନ୍ତି ବୋଲି କହିବାରୁ ତାଙ୍କୁ ଡାକ୍ତରଙ୍କ ପତ୍ନୀ ମାଡ ମାରିଥିବା ଅଭିଯୋଗରେ ଦର୍ଶାଯାଇଛି । ଏନେଇ ବରପଦା ଗ୍ରାମବାସୀଙ୍କ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିରୀ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଅପରପକ୍ଷେ ଡାକ୍ତର ପ୍ରମୋଦ କୁମାର ଖାରାଙ୍କ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ